ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରୁ କୋଟିଏ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।ଏହି ମାମଲାରେ ଜଣେ ବ୍ରାଉନ୍ସୁଗାର ଡିଲରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ଗିରଫ ଅଭିଯୁକ୍ତ ହେଉଛି ଜଳେଶ୍ୱରର ଶେଖ ହସିନ ବକ୍ସ । ।ସେକ ଭୁବନେଶ୍ୱରରେ କେତେଦିନ ଧରି ବ୍ରାଉନ୍ସୁଗର ବେପାର କରୁଥିଲା? ସେ କେଉଁ ଅଞ୍ଚଳକୁ ଯୋଗାଉଥିଲା ଓ କାହାକୁ ଦେଇଛି, ତାହା ଉପରେ ଏସ୍ଟିଏଫ୍ ତଦନ୍ତ ଆରମ୍ଭ କରୁଛି।
କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ଅନୁସାରେ ଜାନୁଆରୀ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୩୦ କେଜିରୁ ଅଧିକ ବ୍ରାଉନ୍ସୁଗାର ଜବତ ହୋଇଛି। ଏହି ଘଟଣାରେ ଏସ୍ଟିଏଫ୍ ୨୪ ମାମଲା ରୁଜୁ କରିଥିବା ବେଳେ ୪୪ ଜଣଙ୍କୁ ଗିରଫ କରିଛି। ଆଗାମୀ ଦିନରେ ଏହି ଅଭିଯାନ ଜାରି ରହିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0