ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ ଆକାଉଣ୍ଟ । ଆକାଉଣ୍ଟ ଖୋଲି ମୁମ୍ବାଇ ପୋଲିସକୁ ଅଶ୍ଳୀଳ ଭାଷାରେ ସମାଲୋଚନା କରୁଥିବା ନେଇ ରବୀନା ଟଣ୍ଡନଙ୍କ ଅଭିଯୋଗ । ଏନେଇ ରବିନା ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ଜଣେ ମୁମ୍ବାଇ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ରବୀନା ଟଣ୍ଡନଙ୍କ ନାଁର ବ୍ୟବହାର କରି କେହି ଜଣେ ପରମବୀର ସିଂଙ୍କୁ ଗାଳି କରିବା ସହ ତାଙ୍କ ମର୍ଫେଡ୍ ଫଟୋ ପୋଷ୍ଟ କରୁଛି। ଏପରିକି ମୁମ୍ବାଇ ପୋଲିସ୍ ସମେତ ମରାଠୀ ଭାଷାକୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ସେ କହିଛନ୍ତି।

ରବୀନା ଟଣ୍ଡନଙ୍କ ଏତଲା ପରେ ମୁମ୍ବାଇ ପୋଲିସ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି। ଭାରତୀୟ ପେନାଲ୍ କୋର୍ଡ ଅଧିନରେ ଧର୍ମୀୟ ଭାବନାକୁ ଆଘାତ କରିବା, ପ୍ରଯୁକ୍ତିବିଦ୍ୟାର ଭୁଲ ବ୍ୟବହାର ଏପରିକି ଲୋକଙ୍କୁ ହଇରାଣରେ ପକାଇବା ଆଦି ଦଫା ଲଗାଇଛି ପୋଲିସ। ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ବିଟର ପକ୍ଷରୁ ଏହି ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0