ଇଂଲଣ୍ଡ: ଇଂଲଣ୍ଡରେ ପୁଣି ଥରେ କାୟା ମେଲାଇଛି କରୋନା । ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବା ପରେ ଲକଡାଉନ ସ୍ଥିତି ଫେରିଛି । ପ୍ରଧାନମନ୍ତ୍ରୀ ବୋରିସ ଜୋନସନ ୨ ଡିସେମ୍ବର ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ୍ ଅବଧି ନଭେମ୍ବର ୫ରୁ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖ ପର୍ୟ୍ୟନ୍ତ ରହିବ। ଏହି ମାସିକିଆ ଲକଡାଉନ୍ ଦ୍ୱାରା ଏବେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଓ ଦୈନନ୍ଦିକ ଜୀବିକା ଉପରେ କଟକଣା ଲଗାଯାଇଛି। ପିଏମ୍ ଜନସନ୍ କହିଛନ୍ତି, ଚାରି ସପ୍ତାହ ପରେ ସ୍ଥିତି ସମୀକ୍ଷା କରାଯିବ ଏବଂ ଲକଡାଉନକୁ ଆଗକୁ ବଢ଼ାଯିବ କି ନାହିଁ, ତାହା ଉପରେ ନିଷ୍ପତ୍ତି ନିଆଯିବ।
ଲକଡାଉନ୍ ସମୟରେ ସମସ୍ତେ ନିଜ ନିଜର ଘରୁ ଖାଦ୍ୟ ସାମଗ୍ରୀ, ମେସିଡିନ୍, ବ୍ୟାୟାମ ଓ ପାଠପଢ଼ା କାମରେ ହିଁ ବାହାରକୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଆବଶ୍ୟକ ପଡ଼େ, ତାହେଲେ ଅଫିସ୍ କାମ ଘରୁ କରିବା ପାଇଁ କୁହାଯାଇଛି। ତେବେ ସ୍କୁଲ ଓ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ସୂଚନାଯୋଗ୍ୟ, ୟୁରୋପରେ ପୁଣିଥରେ କରୋନା ମାମଲା ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ୍ କରାଯାଇଛି। ଇଂଲଣ୍ଡରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବାରୁ ପୁଣି ଲକଡାଉନ୍ ପାଇଁ ନିଷ୍ପତ୍ତି ନିଆଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0