ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଅର୍ଥାତ ନଭେମ୍ବର ୩ରେ ଆମେରିକାରେ ହେବ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟୟରେ ପହଁଞ୍ଚିଛି । କିନ୍ତୁ ଏହାରି ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ ପାଇଁ ଟ୍ରମ୍ପ କରିଥିବା ୧୮ଟି ରାଲିରେ ଯୋଗ ଦେଇ ପ୍ରାୟ ୩୦,୦୦୦ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏହା ସହ ୭୦୦ଲୋକ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ନେଇ ସୂଚନା ଦେଇଛି ଷ୍ଟାନଫୋର୍ଡ ବିଶ୍ବବବିଦ୍ୟାଳୟ।
ଷ୍ଟାନଫୋର୍ଡ ବିଶ୍ବବବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ କହିବା ମୁତାବକ, ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପ ଜୁନ ୨୦ରୁ ସେପ୍ଟେମ୍ବର ୨୨ମଧ୍ୟରେ ୧୮ଟି ରାଲି କରିଥିଲେ। ଏହି ରାଲିରେ ହଜାର ହଜାର ଲୋକ ଯୋଗ ଦେଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରାଯାଇନଥିଲା। ଏହା ସହ କିଛି ଲୋକ ବିନା ମାସ୍କରେ ମଧ୍ୟ ଯୋଗ ଦେଇଥିଲେ। ରାଲିରେ ଯୋଗ ଦେବା ପରେ ପ୍ରାୟ ୩୦,୦୦୦ଲୋକ କରୋନା ସଂକ୍ରମିତ ହୋଇଥିବା ଆମ ଅନୁସନ୍ଧାନରୁ ଜଣା ପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ୭୦୦ଜଣ ମୃତ୍ୟୁବରଣ କରିଛନ୍ତି।
ବର୍ତ୍ତମାନ ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୦୨୫୯୦କୁ ବୃଦ୍ଧି ପାଇଛି । ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ବୋଲି ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ଅନ୍ୟ ଦେଶ ଅପେକ୍ଷା ଅଧିକ ରହିଛି। ଆମେରିକାରେ ବର୍ତ୍ତମାନ ପର୍ୟ୍ୟନ୍ତ ୨୩୩୬୦୭୨ଜଣ ମୃତ୍ୟୁବରଣ କରି ସାରିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0