ମୁମ୍ବାଇ: ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଙ୍ଗ ଫିଲ୍କ ଆଦିପୁରୁଷ । ଫିଲ୍ମଟି ଏକ ମଲ୍ଟିଷ୍ଟାର ଫିଲ୍ମ ।ଫିଲ୍କରେ ଅଜୟ ଦେବବନ,ସୈଫ ଅଲ୍ଲୀ ଖାନ ଏବଂ କାଜଲ ପ୍ରମୁଖ ଭୂମିକାରେ ନଜର ଆସିବେ । ସିନେମାରେ ପଭାସଙ୍କ ନାୟିକା ଭାବେ କିଏ ନଜର ଆସିବେ ତାହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।
ଏହି ଫିଲ୍ମରେ ତାଙ୍କ ସହିତ ଅନୁଷ୍କା ଶର୍ମା ଆସିବେ ବୋଲି ଶୁଣିବାକୁ ମିଳିଥିଲା କିନ୍ତୁ ଏବେ କ୍ରିତି ସାନନ ନଜର ଆସିବା ନେଇ ଚର୍ଚ୍ଚା ଚାଲିଛି।
ସୂଚନାଯୋଗ, ଫିଲ୍ମର ହିରୋଇନକୁ ନେଇ ଅନୁଷ୍କା ଶର୍ମାଙ୍କ ନାମ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଅନୁଷ୍କା ଏବେ ଗର୍ଭବତୀ ରହିଛନ୍ତି। ତା’ ପରେ ମଧ୍ୟ କିଆରା ଆଡଭାନୀଙ୍କ ନାମକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ତାଜା ସୂଚନା ମୁତାବକ, ଏବେ ଏହି ଫିଲ୍ମରେ କାମ କରିବା ପାଇଁ କ୍ରିତି ସାନନଙ୍କ ନାମ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଏପର୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0