ଆନନ୍ଦପୁର : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବାଇକ୍ ଲୁଟିନେଲେ ଦୃବୁତ୍ତ। ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପହାଡପୁର ନିକଟ ନିଚ୍ଛାଟିଆ ରାସ୍ତା ପାଖରେ। ଗୁରୁତର ଯୁବକ ଭଗାନଇ ଗାଁର ରବିନ୍ଦ୍ର ଦେହୁରୀ।
ଖବର ଅନୁଯାୟୀ, ସେ ତାଙ୍କ ଶଳାଙ୍କୁ ଛାଡିବାକୁ ଶ୍ବଶୁର ଘର ଯାଇଥିଲେ। ଆସିବା ବେଳେ ପାହାଡପୁର ନିକଟ ଏକ ବଙ୍କାଣି ରାସ୍ତାରେ ୪-୫ ଜଣ ଦୃବୁତ୍ତ ତାଙ୍କୁ ଅଟକାଇ ଠେଙ୍ଗା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇ ସେ ଦୌଡି ପଳାଇଥିବା ବେଳେ ଦୃବୁତ୍ତ ମାନେ ତାଙ୍କ ବାଇକ୍ ନେଇ ପଳାଇଥିଲେ। ପରେ ଶ୍ବଶୁର ଘର ଲୋକେ ଖବର ପାଇ ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଡା୍କ୍ତରଖାନେ ଭର୍ତ୍ତି କରିଛନ୍ତି। ଉକ୍ତ ସ୍ଥାନରେ ଅନେକ ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ କିଛି ଦୃବୁତ୍ତ ଲୁଟ୍ ପାଟ କରୁଥିବା ଅଭିଯୋଗ ହୋଇଛି। ଏନେଇ ଲିଖିତ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0