ଭାରତ ନାମରେ ଯୋଡ଼ି ହୋଇଛି ଆଉ ଏକ ବିଶ୍ୱ ରେକର୍ଡ । ଦୁବାଇରେ ରହୁଥିବା ସୋହମ୍ ମୁଖାର୍ଜୀ ଗୋଟିଏ ଗୋଡ଼ରେ ୧୦୧ ଥର କୁଦା ମାରିବାର ବିଶ୍ୱ ରେକର୍ଡ କରିଛନ୍ତି । ଗିନିଜ୍ ବୁକର ସମସ୍ତ ନିୟମ ଅନୁପାଳନ କରି ସେ ଏହି ଭିଡ଼ିଓଟି ଅପଲୋଡ଼୍ କରିଥିଲେ । ପୂର୍ବରୁ ଥିବା ୩୦ ସେକେଣ୍ଡରେ ୯୬ ଥର କୁଦିବା ରେକର୍ଡକୁ ଭାଙ୍ଗିଛନ୍ତି ସୋହମ୍ । ନିଜ ଶୋଇବା ଘରେ ନେଇଥିବା ଏହି ଭିଡ଼ିଓରେ ସେ ୧୧୦ ଥର କୁଦିଥିଲେ । ସେଥିରୁ ୯ଟିକୁ ଅମାନ୍ୟ ଘୋଷଣା କରାଯାଇଥିଲା । ଦୁଇଟି କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଭିଡିଓକୁ ସ୍ଲୋ ମୋସନରେ ମପା ଯାଇଥିଲା । ନିଜର ସକ୍ରିୟ ଖେଳ ଜୀବନ ଓ ୧୩ ବର୍ଷର ତାଇକାଣ୍ଡୋ ଅଭ୍ୟାସ ପାଇଁ ସେ ପୂର୍ବ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତିି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0