spot_img

ସୁଶାନ୍ତଙ୍କୁ ମନେପକାଇ ଭାବୁକ ହେଲେ ଏକତା କପୁର: କହିଲେ, “ସବୁବେଳେ ତମ ପାଇଁ ଭଲପାଇବା ରହିବ”

ବଲିଉଡ୍ ଇଣ୍ଡଷ୍ଟ୍ରିରେ ଆଉ ସୁଶାନ୍ତ ସିଂହ ରାଜପୁତ ନାହାନ୍ତି ସତ କିନ୍ତୁ ସେ ଛାଡିଯାଇଥିବା ସ୍ମୃତିକୁ ମନେ ପକାଇ ସମସ୍ତେ ଆଜି ବି ଝୁରୁଛନ୍ତି । ତାଙ୍କ ମୃତ୍ୟୁର ଖବର ଶୁଣିବା ପରେ ସମସ୍ତଙ୍କୁ ସକ୍ ଲାଗିଥିଲା । କେହି ବି ବିଶ୍ୱାସ କରିପାରିନଥିଲେ ସୁଶାନ୍ତ ଏଭଳି ପଦକ୍ଷେପ ନେଇଥିବେ । କିନ୍ତୁ ପ୍ରକୃତରେ ସୁଶାନ୍ତ ଏବେ ଆଉ ଏହି ଦୁନିଆରେ ନାହାନ୍ତି । ତାଙ୍କ ମୃତୁ୍ୟକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଆଜି ବି ତାଙ୍କୁ ସମସ୍ତେ ମନେ ପକାଉଛନ୍ତି।
ଅଙ୍କିତା ଲୋଖଣ୍ଡେ, ରିୟା ଚକ୍ରବର୍ତ୍ତୀ, କୃତି ସେନନଙ୍କ ପରେ ଏବେ ଏକତା କପୁର ମଧ୍ୟ ସୁଶାନ୍ତଙ୍କୁ ମନେ ପକାଇଛନ୍ତି । ଏକତା କପୁର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁଶାନ୍ତଙ୍କ ସହ ଏକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏହି ଫଟୋ ସେୟାର କରିବା ସହ ଏକତା ଲେଖିଛନ୍ତି, “ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ ସୁଶୀ । ଆମେମାନେ ସବୁବେଳେ ହସିବୁ ଏବଂ ଯେତେବେଳେ ଆକାଶରେ ସୁଟିଂ ଷ୍ଟାର ଦେଖିବୁ ତେବେ ୱିସ୍ ମାଗିବୁ କାରଣ ମୁଁ ଜାଣିଛି ସେହି ସୁଟିଂ ଷ୍ଟାର ନିଶ୍ଚୟ ତୁମେ ହୋଇଥିବ । ସର୍ବଦା ତୁମ ପ୍ରତି ଭଲପାଇବା ରହିବ । ”

ekta2ସୂଚନା ମୁତାବକ ଏକତା ସୁଶାନ୍ତଙ୍କୁ ଧାରାବାହିକ “କିସ୍ ଦେଶ ମେ ହେ ମେରା ଦିଲ୍” ରୁ ଲଞ୍ଚ କରିଥିଲେ । ଏହାପରେ ସେ ବାଲାଜୀର ଅନ୍ୟଏକ କାର୍ଯ୍ୟକ୍ରମ “ପବିତ୍ର ରିସ୍ତା”ରେ ମାନବ ଦେଶମୁଖ୍ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ । ଏହି ଶୋ’ ମାଧ୍ୟମରେ ସେ ଲୋକଙ୍କ ମନକୁ କିଣି ପାରିଥିଲେ ।

ekta3ଏହାପୂର୍ବରୁ ଏକତା କପୁର ସୁଶାନ୍ତଙ୍କ ମାମଲାରେ ନିଜ ଉପରେ ମାମଲା ରୁଜୁ ହେବା ପରେ ଏକ ପୋଷ୍ଟ ଲେଖିଥିଲେ, ଯେଉଁଥିରେ ସେ କହିଥିଲେ, “ସୁଶୀଙ୍କୁ ନିକ୍ଷେପ ନକରିବା ପାଇଁ ଏହି କେସ୍ ରୁଜୁ କରାଯାଇଥିବାରୁ ଧନ୍ୟବାଦ । କାରଣ ବାସ୍ତବରେ ମୁଁ ତାଙ୍କୁ ଏହି ଇଣ୍ଡଷ୍ଟ୍ରିକୁ ଆଣିଛି । ଏହି ବିବାଦସ୍ପଦ ସିଦ୍ଧାନ୍ତ କେତେ ବାଟ ପର୍ଯ୍ୟନ୍ତ ଯାଇପାରିବ ମୁଁ ଏହି କଥା ପାଇଁ ଚିନ୍ତିତ । ଦୟାକରି ପରିବାର ଏବଂ ସାଙ୍ଗମାନଙ୍କୁ ଶାନ୍ତିରେ ଶୋକ ପାଳିବାକୁ ଦିଅନ୍ତୁ । ସବୁବେଳେ ସତ୍ୟ ହିଁ ଜୟ ହୋଇଥାଏ । କିନ୍ତୁ ଆଜି ବି ମୁଁ ଏହି ଘଟଣାକୁ ନେଇ ବିଶ୍ୱାସ କରିପାରୁନି ।”

LEAVE A REPLY

Please enter your comment!
Please enter your name here

- Advertisment -

Most Popular