ଖୁବଶ୍ରୀଘ୍ର ଆସୁଛି ‘ତାରାକ୍ ମେହେତା କା ଉଲଟ୍ଟା ଚଷମା’ ର ନୂଆ ଏପିସୋଡ । ଏହି ସିରିଏଲ୍ ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି । କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ପାଇଁ ଏହାର ସୁଟିଂ ବନ୍ଦ ରହିଥିଲା । କିନ୍ତୁ ଦର୍ଶକଙ୍କର ଅପେକ୍ଷାର ଅନ୍ତଘଟାଇ ଜୁଲାଇ ୨୨ ରୁ ପୂର୍ବ ସମୟରେ ପ୍ରସାରିତ ହେବ ।
ଲକଡାଉନ କୋହଳ ହେବା ପରେ କିଛି ଚ୍ୟାନେଲ ନିଜ ଧାରାବାହିକର ପ୍ରସାରଣ ଆରମ୍ଭ କରିଥିଲେ । କିନ୍ତୁ ଟିଭି ପରଦାରେ ‘ତାରାକ୍ ମେହେତା କା ଉଲଟ୍ଟା ଚଷମା’ ଦେଖିବାକୁ ମିଳିନଥିଲା । ଏଥିପାଇଁ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ । ସୂଚନା ଅନୁସାରେ ୨୮ ଜୁଲାଇରେ ଧାରାବାହିକ ପ୍ରସାରଣକୁ ୧୨ ବର୍ଷ ପୁରୁଛି । ଏଥିନେଇ ନିର୍ମାତାମାନେ ଉତ୍ସାହିତ ଅଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0