ନୂଆଦିଲ୍ଲୀ: ଦେଶରେ ଅକ୍ଟୋବର ମାସରେ ମୋଟ ୧,୦୫,୧୫୫ କୋଟି ଟଙ୍କା ଜିଏସଟି ସଂଗୃହୀତ ହୋଇଛି । ସେଥି ମଧ୍ୟରୁ କେନ୍ଦ୍ର ରାଜସ୍ୱ ବାବଦରେ ୧୯,୧୯୩ କୋଟି ଏବଂ ରାଜ୍ୟ ରାଜସ୍ୱ ବାବଦରେ ୨୫,୪୧୧ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି । ଏନେଇ ଅର୍ଥ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । ତେବେ ଗତବର୍ଷ ଅକ୍ଟୋବର ମାସ ତୁଳନାରେ ଚଳିତ ବର୍ଷ ଅକ୍ଟୋବରରେ ୧୦ ପ୍ରତିଶତ ଅଧିକ ଜିଏସଟି ସଂଗୃହିତ ହୋଇଛି । ସେହିପରି ଆଇଜିଏସଟି ବାବଦରେ ୫୨,୫୪୦ କୋଟି ଟଙ୍କା ସଂଗୃହୀତ ହୋଇଛି । ସେଥିମଧ୍ୟରୁ ଆମଦାନୀ ବାବଦରେ ୨୩,୩୭୫ କୋଟି ଏବଂ ସେସ୍ ବାବଦରେ ୯ ହଜାର କୋଟି ସଂଗୃହୀତ ହୋଇଛି । ଅକ୍ଟୋବର ମାସ ଶେଷ ସୁଦ୍ଧା ୮୦ ଲକ୍ଷ ଜିଏସଟିଆର-୩ବି ରିଟର୍ଣ୍ଣ ଦାଖଲ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0