ନୂଆଦିଲ୍ଲୀ: ସାରା ଭାରତର ଦୃଷ୍ଟି ଏବେ ମଧ୍ୟପ୍ରଦେଶର ଉପନିର୍ବାଚନ ଉପରେ ରହିଛି । ଏନେଇ ସବୁ ଦଳ ନିଜର ପ୍ରାର୍ଥୀ ମାନଙ୍କୁ ନେଇ ପ୍ରଚାର ଜୋରଦାର ଆରମ୍ଭ କରିଛନ୍ତି । ଅନ୍ୟପଟେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରିଥିବା ଭୁଲକୁ ନେଇ ବିରୋଧୀ ଦଳ ସ୍ୱର ଉତ୍ତଳନ କରିଛନ୍ତି । ସୂଚନା ଅନୁସାରେ, ସିନ୍ଧିଆ ନିଜ ଦଳ ପରିବର୍ତ୍ତେ କଂଗ୍ରେସ ଦଳକୁ ଭୋଟ ଦେବା ପାଇଁ ଏକ ପ୍ରଚାର ରାଲିରେ କହିଛନ୍ତି । ବିଜେପିର ଇମରତୀ ଦେବୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଭୁଲବଶତଃ ସେ କଂଗ୍ରେସର ଦଳୀୟ ଚିହ୍ନ ହାତରେ ଭୋଟ ଦେବାକୁ କହିଦେଇଥିଲେ । ଏହା ପରେ ସେ ନିଜ ଭୁଲକୁ ସୁଧାରି ଲୋକଙ୍କୁ ପଦ୍ମ ଚିହ୍ୱରେ ଭୋଟ ଦେବା ପାଇଁ କହିଥିଲେ । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0