ନୋଏଡା: ଯମଜ ଭଉଣୀଙ୍କ ନିଆରା ସଫଳତା । ଦେଖିବାକୁ ସେମାନେ ଏକାଭଳି । କୁହାଯାଇଥାଏ ଏକାଭଳି ଦେଖାଯାଉଥିବା ପିଲାଙ୍କର ଗୁଣ ପ୍ରାୟତଃ ସମାନ ହୋଇଥାଏ । ଅଧିକାଂଶ ସମୟରେ କିଛି ଘଟଣାରେ ଏମାନେ ଗୋଟିଏ ନା ଭିନ୍ନ ଜାଣିବା ମଧ୍ୟ କଷ୍ଟକର ହୋଇଥାଏ । କିନ୍ତୁ ଏହି ଦୁଇ ଭଉଣୀ ଏଭଳି କିଛି କରି ଦେଖାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ମୁତାବକ ଗତ ସୋମବାର ଦିନ ସିବିଏସଇ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଏହି ଦୁଇ ଭଉଣୀ ସମାନ ସମାନ ନମ୍ବର ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି ।
ଦିଲ୍ଲୀର ନୋଏଡାରେ ରହୁଥିବା ଯମଜ ଭଉଣୀ ମାନସୀ ଓ ମାନ୍ୟା ଏଭଳି ଏକ ବିରଳ ଘଟଣାର ଅଧିକାରୀ ହୋଇଛନ୍ତି। ଉଭୟ ସିବିଏସଇ ବୋର୍ଡ ପରୀକ୍ଷାରେ ସମାନ ୯୫.୮% ମାର୍କ ରଖି ପାସ୍ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ସବୁ ବିଷୟରେ ବି ଦୁଇ ଉଭଣୀ ସମାନ ମାର୍କ ରଖିଛନ୍ତି। ଗ୍ରେଟର ନୋଏଡାରେ ଥିବା ଆଷ୍ଟେର ପବ୍ଲିକ ସ୍କୁଲରେ ପାଠ ପଢ଼ୁଥିଲେ। ମାନସୀ ଓ ମାନ୍ୟା ଇଂରାଜୀ ଓ କମ୍ପ୍ୟୁଟର ସାଇନ୍ସରେ ୯୮ ମାର୍କ ରଖିଥିବା ବେଳେ ଫିଜିକ୍ସ, କେମେଷ୍ଟ୍ରୀ ଓ ଫିଜିକାଲ ଏଡୁକେସନରେ ସମାନ ୯୫ ଲେଖାଏ ମାର୍କ ରଖିଛନ୍ତି।
ଆମେ ପରୀକ୍ଷା ପରେ ଯେତେବେଳେ ସମୀକ୍ଷା କରିଥିଲୁ ଭାବିଥିଲୁ ମାନ୍ୟା ମୋ ଠାରୁ ଅଧିକ ମାର୍କ ରଖିବ। ହେଲେ ପ୍ରତିଟି ବିଷୟରେ ଆମର ସମାନ ମାର୍କ ହିଁ ରହିଛି। ମାନସୀ ଓ ମାନ୍ୟା ଆଗକୁ ଇଞ୍ଜିନିୟରିଂ କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେମାନେ ଜେଇଇ ମେନ୍ ପରୀକ୍ଷାକୁ ଅପେକ୍ଷା କରିଛନ୍ତି। କରୋନା ମହାମାରୀ ପାଇଁ ଜେଇଇ ମେନ୍ ସେପ୍ଟେମ୍ବର ମାସରେ ହେବାର ସୂଚନା ରହିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0