ସୁନ୍ଦର ତ୍ୱଚା ପାଇବାକୁ କିଏ ବା ନଚାହେଁ । ବଜାରରେ ମିଳୁଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଅନେକ ସମସ୍ୟା ଦେଖା ଦେଇଥାଏ । ତେଣୁ ସମସ୍ତେ ଘରୋଇ ଉପାୟରେ ତ୍ୱଚାର ଉପଚାର କରୁଛନ୍ତି । ତେବେ ଘରେ ଅତି ସହଜ ଉପାୟରେ ଉଜ୍ୱଳ ତ୍ୱଚା ପାଇବା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ:
୧. ଦୁଇ ଚାମଚ ଅଟା , ଦୁଇ ଚାମଚ କଂଚା କ୍ଷୀର ଏବଂ ଦୁଇ ବୁନ୍ଦା ମହୁକୁ ଏକାଠି ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କଲେ ତ୍ୱଚା ନରମ ରହିବା ସହ ଉଜ୍ୱଳ ଦେଖାଯିବ ।
୨. ଗାଧୋଇବା ପୂର୍ବରୁ ଏକ ଚାମଚ ନଡିଆ ତେଲରେ ଏକ ଚାମଚ ମହୁ ମିଶାଇ ଦେହରେ ଲଗାନ୍ତୁ କିଛିି ସମୟ ପରେ ଗାଧାନ୍ତୁ । ଏହାଦ୍ୱାରା ଶରୀର କୋମଳ ରହିବ ।
୩. ଏକ ଚାମଚ ମହୁରେ ୨ ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇ କିଛି ସମୟ ଛାଡ଼ିଦିଅନ୍ତୁ । କିଛି ସମୟ ପରେ ଓଦା ହାତରେ ମସାଜ କରି ମୁହଁ ଧୋଇଦିଅନ୍ତୁ । ଏହାଦ୍ୱାରା ମୁହଁ ସଫା ରହିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0