spot_img

୨୦ ବର୍ଷ ପରେ ଫେରୁଛନ୍ତି ବିରଜୁ କୁଲୁ

ସୁନ୍ଦରଗଡ: ସ୍ୱପ୍ନ ହୋଇଛି ପୁରା । ଗାଁ କୁ ଫେରୁଛି କୁଲୁ । ଦୀର୍ଘ ୨୦ ବର୍ଷ ଲାହୋର ଜେଲରେ ରହିବା ପରେ ଗାଁର ଜନ୍ମମାଟିକୁ ଫେରୁଛି ବିରଜୁ କୁଲୁ । ସାମାନ୍ୟ ଭୁଲ ପାଇଁ ପାକିସ୍ତାନ ଜେଲରେ ୨୦ ବର୍ଷର ବନ୍ଦି ଜୀବନ କାଟୁଥିଲେ କୁଲୁ । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ଗଙ୍ଗାଟୋଲିର ବିରଜୁ କୁଲୁ ୨୦ ବର୍ଷ ପରେ ନିଜ ଗାଁକୁ ପେରିଛନ୍ତି । ଜେଲର ମିଆଦ ସରିବା ପରେ ଭାରତ ସରକାରଙ୍କ ସହ ଯୋଗାଯୋଗ କରି ପାକିସ୍ତାନ ସରକାର ଏବେ ତାଙ୍କୁ ମୁକୁଳାଇଛନ୍ତି । ଯୁବକ ବେଳେ ସେ ସାମନ୍ୟ ମାନସିକ ବିକୃତ ଥିଲେ । ସେହି ସମୟରେ ସେ ଘର ଛାଡି ପଳାଇଥିଲେ । ପରିବାର ଲୋକ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ । ବିରୁଜୁ ଭୁଲ ବସତଃ ପାକିସ୍ତାନ ସୀମା ଭିତରେ ପଶିଯିବାରୁ ତାଙ୍କୁ ପାକିସ୍ତାନ ସେନା ସନେ୍ଦହ କରି ଲାହୋର ଜେଲରେ ବନ୍ଦୀ କରିଦେଇଥିଲେ । ଦୀର୍ଘ ୨୦ ବର୍ଷ ପୁଆ ବାଟ ଚାହିଁ ଚାହିଁ ଚାଲିଯାଇଛନ୍ତ ବାପା ମା । ମାତ୍ର ଭଉଣୀ ଆଜି ଭାଇର ଫେରିବା କଥାକୁ ଶୁଣି ଖୁସିରେ ପାଦ ତଳେ ଲାଗୁନି କେବେ ଫେରିବ ବିରଜୁ, କେବେ ଫେରିବ ରାକ୍ଷୀ ପୁର୍ଣ୍ଣମୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular