ଭୁବନେଶ୍ୱର: ଭୁବନେଶ୍ୱରରେ ଉଦଘାଟିତ ହେଲା ସାଇବର କମ୍ପଲେକ୍ସ । ଏହି ନୂଆ ସାଇବର କମ୍ପେଲେକ୍ସକୁ ଉଦଘାଟନ କରିଛନ୍ତି ଡିଜିପି ଅଭୟ । ଏହି ଅବସରରେ ଡିଜିପି କହିଛନ୍ତି ରାଜ୍ୟରେ ସାଇବର ସମ୍ପର୍କିତ ମାମଲାର ତ୍ୱରିତ ସମାଧାନ ପାଇଁ ଉଦ୍ୟମ ହେବ । ସାଇବର ମାମଲାରେ ରାଜ୍ୟରେ କର୍ମଚାରୀଙ୍କ ଦକ୍ଷତାର ଅଭାବ ରହୁଛି । ତଦନ୍ତକାରୀ ଅଧିକାରୀଙ୍କ ସଂଖ୍ୟା ବି କମ୍ ରହୁଛି । କର୍ମଚାରୀଙ୍କ ଦକ୍ଷତାର ମଧ୍ୟ ଅଭାବ ରହୁଛି । ତେଣୁ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ୟମ କରାଯିବ । ଲକଡାଉନରେ ସାଇବର ଠକମାନେ ବେଶ ସକି୍ରୟ ହୋଇ ଉଠିଛନ୍ତି । ଅନଲାଇନ ଠକେଇ, ଅନଲାଇନ ନିଯୁକ୍ତି, ଅନଳାଇନ ମଦ, କୋରିଅର ହୋମ ଡେଲିଭରି ନାଁରେ ଠକେଇ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଏ ନେଇ ଖବଶୀଘ୍ର ସାଇବର ମାମଲାର ସମାଧାନ କରାଯିବ ସହ ଅଧିକ ଅଫିସରଙ୍କୁ ଟ୍ରେନିଂ ଦିଆଯିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0