ଆବୁ ଧାବି : କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି।ଏହି ମ୍ୟାଚ୍ ପଞ୍ଜାବ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଏହି ମ୍ୟାଚ୍କୁ ଚେନ୍ନାଇ ଅତି ହଜରେ ଜିତି ନେଇଛି।
ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୫୩ ରନ୍ କରି କରିଥିଲା। ଦଳ ପକ୍ଷରୁ ଦୀପକ ହୁଡା ୩୦ ବଲ୍ ଖେଳି ବିସ୍ପୋରକ ୬୨ ରନ୍ କରି ଅପରାଜିତ ଥିଲେ। ତାଙ୍କ ପରେ କେଏଲ୍ ରାହୁଲ ୨୭ ବଲ୍ ଖେଳି ୨୯ ରନ୍ କରିଥିବାବେଳେ ମୟଙ୍କ ୧୫ ବଲ୍ରେ ୨୬ ରନ୍ କରି ପାଭିଲିୟନ୍ ଫେରିଥିଲେ।
ସେହିପରି ଚେନ୍ନାଇ ଏହି ମ୍ୟାଚ୍କୁ ୯ ୱିକେଟ୍ରେ ପଞ୍ଜାବକୁ ହରାଇଛି। ଦଳ ପକ୍ଷରୁ ଋତୁରାଜ ଗାଇକ୍ୱାଡ ୪୯ ବଲ୍ ଖେଳି ସର୍ବାଧିକ ୬୨ ରନ୍ କରି ଅପରାଜିତ ଥିବାବେଳେ ଡୁ ପ୍ଲେସିସ୍ ୩୪ ବଲ୍ରେ ୪୮ ରନ୍ କରି ଆଉଟ୍ ହୋଇଥିଲେ। ଅମ୍ୱାତି ରାୟୁଡ଼ୁ ମଧ୍ୟ ୩୦ ବଲ୍ରେ ୩୦ ରନ୍ କରି ଅପରାଜିତ ରହିଥିଲେ।
ଦୁଇ ଦଳର ପ୍ଲେ ଅଫକୁ ଯିବା ପାଇଁ ୧୪ଟି ମ୍ୟାଚ୍ରୁ ଏହା ଅନ୍ତିମ ମ୍ୟାଚ୍ ଥିଲା। କାରଣ ଦଳ ଏହା ପୂର୍ବରୁ ୧୩ଟି ମ୍ୟାଚ୍ ଖେଳି ୬ଟି ଜିତି ଥିଲା ଏବଂ ପଏଣ୍ଟ ଟେବୁଲ୍ରେ ୧୨ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ଥିଲା। ଏହି ମ୍ୟାଚ୍ ଜିତି ଦଳ ୧୪ ପଏଣ୍ଟ ସହ ପ୍ଲେ ଅଫରେ ଖେଳିବାର ଆଶା ରଖିଥିଲା। ତେବେ ଚେନ୍ନାଇ ଓ ପଞ୍ଜାବର ଶେଷ ଆଶା ମଉଳି ଯାଇଛି। ଚେନ୍ନାଇ ଠାରୁ ପଞ୍ଜାବ ମ୍ୟାଚ୍ ହାରି ପ୍ଲେ ଅଫ ରୁ ବାଦ୍ ପଡିଛି ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0