spot_img

ଦୀପାବଳି ପାଇଁ ବାଣ ଦୋକାନକୁ ମିଳିଲା ଗ୍ରୀନ୍ ସିଗନାଲ୍

କଟକ: କୋଭିଡ୍‌ କଟକଣା ଭିତରେ କଟକରେ ଖୋଲିବ ବାଣ ଦୋକାନ । ବାଣ ବିକି ପାରିବେ ଦୋକାନୀ । ବାଣ ଦୋକାନ ଖୋଲିବା ପାଇଁ ପୂର୍ବ ଭଳି ଲାଇସେନ୍ସ ଦିଆଯିବ । ଦୀପାବଳି ପାଇଁ କଟକରେ କଟକଣା ଜାରି ରହିବ । ଡିସିପି ପ୍ରତୀକ ସିଂ କହିଛନ୍ତି, ଦୀପାବଳି ବେଳେ ସହରରେ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ଏହା ସହ ୫୦ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି କଟକଣା ଭିତରେ ଦୁର୍ଗାପୂଜା ଭଳି କାଳୀପୂଜା ପାଳନ କରାଯିବ। ମଣ୍ଡପରେ କେବଳ ୭ ଜଣଙ୍କୁ ଅନୁମତି ଦିଆଯିବ। ପୂଜା ପରେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular