spot_img

ଆଜି ରାଜ୍ୟରେ ୧୨୦୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ୧୨୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୭ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ  ୫୦୪ଜଣ ସ୍ଥାନୀୟ  ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪୪୧୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଆଜି ଚିହ୍ନଟ ହୋଇଥିବରା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୯ ଜଣ, ବାଲେଶ୍ୱରରୁ ୪୮ଜଣ,ବରଗଡ଼ରୁ ୫୮, ଭଦ୍ରକ ଜିଲ୍ଲାରୁ ୨୭,ବଲାଙ୍ଗୀର ୫୨, ବୌଦ୍ଧ ୮, କଟକ ଜିଲ୍ଲାରୁ ୬୯ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୧୪ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୬୧ଜଣ, ଜଗତସିଂହପୁରରୁ ୭୩ଜଣ, ଯାଜପୁରରୁ ୨୮ଜଣ, ଝାରସୁଗୁଡ଼ାରୁ ୩୫ଜଣ, କଳାହାଣ୍ଡିରୁ ୨୬ଜଣ, କନ୍ଧମାଳରୁ ୯ଜଣ, କେନ୍ଦ୍ରାପଡ଼ାରୁ ୪୩ଜଣ, କେନ୍ଦୁଝରରୁ ୩୨ଜଣ, ଖୋର୍ଦ୍ଧାରୁ ୧୩୨ଜଣ, କୋରାପୁଟରୁ ୨୮ଜଣ, ମାଲକାନଗିରିରୁ ୩୦ଜଣ, ମୟୁରଭଞ୍ଜରୁ ୭୩ଜଣ, ନବରଙ୍ଗପୁରରୁ ୨୪ଜଣ, ନୟାଗଡ଼ରୁ ୧୪ଜଣ, ନୂଆପଡ଼ାରୁ ୫୭ଜଣ, ପୁରୀରୁ ୪୩ଜଣ, ରାୟଗଡ଼ାରୁ ୧୫ଜଣ, ସମ୍ବଲପୁରରୁ ୩୧ଜଣ, ସୋନପୁରରୁ ୨୪ଜଣ, ସୁନ୍ଦରଗଡ଼ରୁ ୬୭ଜଣ ରହିଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ହଜାର ୯୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଲକ୍ଷ ୭୯ ହଜାର ୯୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୬ ଲକ୍ଷ ୮୭ ହଜାର ୨୭୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular