ବ୍ୟୁରୋ ରିପୋର୍ଟ: ବାଲେଶ୍ୱର ତିର୍ତ୍ତୋଲକରୋନା କଟକଣା ଭିତରେ ରାଜ୍ୟରେ ଆରମ୍ଭ ହୋଇଛି ମତଦାନ । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ସ୍କ୍ରିନିଂ ପରେ ଭୋଟ ଦେଉଛନ୍ତି ଭୋଟର । ସନ୍ଧ୍ୟା ୬ଟାରେ ଶେଷ ହେବ ଭୋଟ ଦାନ ପ୍ରକ୍ରିୟା । ଆଜି ୪ ଲକ୍ଷ ୬୯ ହଜାର ୪୫୦ ଭୋଟର ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ତିର୍ତ୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ଟି ବୁଥରେ ମତଦାନ କରୁଛନ୍ତି । ସେହିପରି ବାଲେଶ୍ୱରରେ ୨ ଲକ୍ଷ ୩୦ ହଜାର ୨୯୭ ଜଣ ଭୋଟରର୩୪୬ ଟି ବୁଥରେ ଭୋଟ ଦେଉଛନ୍ତି । ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ହେଉଛି ଭୋଟ ଗ୍ରହଣ । ପ୍ରତ୍ୟେକ ଭୋଟରଙ୍କ ମଧ୍ୟରେ ୬ ଫୁଟ ଦୂରତା ରକ୍ଷା କରାଯାଉଛି । ସେହିପରି ସମସ୍ତ ଭୋଟରଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ସହ ସମସ୍ତେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ପୁଲିଂ ଅଫିସରଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଇଛି । ସ୍କ୍ରିନିଂ ସମୟରେ କାହାକୁ ଯଦି କରୋନା ହୋଇଥିବାର ସନେ୍ଦହ ହୁଏ ତାଙ୍କୁ ଟୋକନ୍ ଦିଆଯିବ । ସେମାନେ ଶେଷ ଏକ ଘଣ୍ଟା ଅର୍ଥାତ୍ ୫ଟାରୁ ୬ ଭିତରେ ଭୋଟ ଦେଇପାରିବେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0