ମୁମ୍ବାଇ: ବିଗବସ ୱିକେଣ୍ଡରେ ଚାଲିଛି ଅନେକ ଡ୍ରାମା । ଏଥର ୱିକେଣ୍ଡରେ ବିଗବସ ଘରୁ ବାହାର ହୋଇଛନ୍ତି କବିତା କୌଶିକ । କବିତା କିଛି ଦିନ ତଳେ ୱାଇଲ୍ଡକାର୍ଡ଼ ଏଣ୍ଟ୍ରି କରିଥିଲେ । କବିତାଙ୍କ ଦାୟିତ୍ୱହୀନତାକୁ ନେଇ ଶୋର ୬ଜଣ ସଦସ୍ୟ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ବିଗବସରେ ପକ୍ଷପାତିତା ହେଉଥିବା ନେଇ କବିତା ଆରୋପ ଲଗାଇଛନ୍ତି ।

ସୂଚନାଯୋଗ, କବିତା କୌଶିକ ପୁରା ଏପିସୋଡରେ ଅପସେଟ ଥିବା ନଜର ଆସିଥିଲେ। ପ୍ରଥମରୁ କବିତାଙ୍କର ଝଗଡା ଏଜାଜ ଖାନଙ୍କ ସହିତ ହୋଇଥିଲା। ସେହି ସମୟରେ ଉଭୟଙ୍କର ବହୁତ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏହି ସମସ୍ତଙ୍କ କଥାରୁ ଦୁଃଖିତ ହୋଇ କବିତା ବିଗବସ ଉପରେ ରାଜି ନିଜର ଅଭିଯୋଗ କରିଥିଲେ।
ଶୋରେ ସବୁ ଡ୍ରାମା ଶେଷ ହେବା ପରେ ସମସ୍ତେ ନିଜ ନିଜ ଜୋନରେ ବସିଥିବା ବେଳେ କବିତା କିଛି ବି କହିବାକୁ ମନା କରିଦେଇଥିଲେ। ସେ ବିଗବସ୍ ଉପରେ ଆଙ୍ଗୁଳି ଉଠାଇ କହିଥିଲେ ‘ ମୁଁ ଏଜାଜଙ୍କୁ ପାମ୍ପର କଲି, ମସ୍ତି କଲି, କିନ୍ତୁ ବିଗବସ୍ ସେଗୁଡିକ କିଛି ଦେଖାଇଲେ ନାହିଁ, ବରଂ ମୋର ନେଗେଟିଭ ସାଇଡ ଦେଖାଇଲେ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0