ନଭେମ୍ବର ୫ରୁ୭ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଯୁକ୍ତ୨ ଇଚ୍ଛାଧୀନ ପରୀକ୍ଷା ଏବଂ ୧୧ ଓ ୧୨ ତାରିଖରେ ହେବାକୁ ଥିବା ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ନିୟମାବଳୀ ଜାରି ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ଦୁଇ ପରୀକ୍ଷା ରାଜ୍ୟ ସରକାରଙ୍କ ଦ୍ବାରା ଜାରି କୋଭିଡ-୧୯ ନିୟମ ଅନୁଯାୟୀ ପରିଚାଳିତ ହେବ।ବିନା ମାସ୍କରେ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ଗ୍ଲୋଭସ ପିନ୍ଧିବେ, ସାଙ୍ଗରେ ସାନିଟାଇଜର ନେବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା କଡ଼ାକଡ଼ି ପାଳନ ହେବ। ପରୀକ୍ଷା ପରିଚାଳନା ହବରେ ଇନଷ୍ଟାଣ୍ଟ ଥିଓରି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରାକ୍ଟିକାଲ ପରୀକ୍ଷା ସମ୍ପୃକ୍ତ ଯୁକ୍ତ୨ କଲେଜରେ କରାଯିବ। ପରୀକ୍ଷା ସୁପରିଚାଳନା ପାଇଁ ବ୍ୟାପକ ପୁଲିସ ମୁତୟନ ଦିଗରେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ପଦକ୍ଷେପ ନେବେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0