ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆରମ୍ଭ ହେଲା ଭୋଟଗ୍ରହଣ । ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ଭୋଟ ଦେବା ପାଇଁ ଭୋଟଗ୍ରହଣ କେନ୍ଦ୍ରରେ ଲୋକଙ୍କ ଭିଡ ଲାଗିଛି। ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ସ୍କ୍ରିନିଂ ପରେ ଭୋଟ ଦେଉଛନ୍ତି ଭୋଟର। ଏହା ସନ୍ଧ୍ୟା ୬ଟାରେ ଶେଷ ହେବ। ସେହିପରି କରୋନା କଟକଣା ଭିତରେ ଆରମ୍ଭ ହେଉଛି ଭୋଟ ଗ୍ରହଣ । ଭୋଟର କେମିତି ଲାଇନ୍ରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ କଟକଣା ଜାରି କରାଯାଇଛି ଭୋଟରମାନେ ଧାଡିରେ ଛିଡା ହେବାବେଳେ ସେମାନଙ୍କ ମଧ୍ୟରେ ଅତି କମରେ ଛଅ ଫୁଟର ଦୂରତା ରଖିବାକୁ କୁହାଯାଇଛି। ସେହିପରି ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସମସ୍ତେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0