ପାଟନା: ବିହାର ବିଧାନସଭା ନିର୍ବାଚନରେ ଆଜି ଦ୍ୱିତୀୟ ପର୍ୟ୍ୟାୟ ପାଇଁ ମତଦାନ କରାଯାଉଛି। ମତଦାନ ଆରମ୍ଭ ହୋଇସାରିଥିବା ବେଳେ ସକାଳେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମଧ୍ୟ ପାଟନାରେ ଭୋଟ ଦେବାକୁ ଆସିଥିଲେ। ହେଲେ ସେ ତୁରନ୍ତ ଆସି ମତଦାନ କରି ଫେରିଥିବାରୁ ସେଠାରେ ମତଦାନ ପାଇଁ ଘଣ୍ଟା ଘଣ୍ଟା ହେଲା ଅପେକ୍ଷା କରିଥିବା ମତଦାତା ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ପାଟଣାର ସେଣ୍ଟ ଜୋସେଫ ହାଇସ୍କୁଲରେ ଭୋଟ୍ ଦେଇଥିଲେ। ସକାଳ ୭ଟାରୁ ଏଠାରେ ମତଦାନ ଆରମ୍ଭ ହୋଇଥିଲା, କିନ୍ତୁ ଲୋକମାନେ ସକାଳ ପ୍ରାୟ ୬ଟା ୩୦ରୁ ମତଦାନ ପାଇଁ ଲାଇନରେ ଲାଗିଥିଲେ। ସେମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆନଯାଇ ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରାଥମିକତା ଦିଆଯାଇଥିବାରୁ ମତଦାତାମାନେ ବିରକ୍ତି ପ୍ରକାଶ କରିଛନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0