କଟକ : କଟକରେ ବାଣ ବିକ୍ରି ପ୍ରସଙ୍ଗରେ ମତ ବଦଳାଇଲେ ଡିସିପି ପ୍ରତୀକ ସିଂ । ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିବ ବୋଲି ସୋମବାର ଦିନ ଡିସିପି ସୂଚନା ଦେଇଥିଲେ । ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବାକୁ ହେବ ବୋଲି କହିଥିଲେ । ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ବୋଲି ଡିସିପି କହିଥିଲେ । ମଙ୍ଗଳବାର କହିଛନ୍ତି ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା । ଦୋକାନ ଖୋଲିବା ପାଇଁ ପୋଲିସ ପାଖରେ ବ୍ୟବସାୟୀ ଆବେଦନ କରିଛନ୍ତି । କଟକ କମିଶନରେଟ୍ ପୋଲିସ ଏ ନେଇ କୌଣସି ନିଷ୍ପତ୍ତି ନେଇ ନଥିବା ଡିସିପି କହିଛନ୍ତି ।
ଅନ୍ୟପଟେ କଟକରେ ଦୂର୍ଗା ପୂଜା ଭଳି ପାଳିତ ହେବ କାଳୀ ପୂଜା । କୋଭିଡ୍ କଟକଣା ମଧ୍ୟରେ ସହରରେ ଯେଉଁଭଳି ଦଶହରା ପାଳିତ ହୋଇଥିଲା ସେଭଳି ଭାବେ କାଳୀପୂଜା ମଧ୍ୟ କରାଯିବ । ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇ ବିସର୍ଜନ କରାଯିବ । ସୁରକ୍ଷା ଦୃଷ୍ଟିରୁ ସହରରେ କାଳୀ ପୂଜା ସମୟରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ୫୦ ଜଣ ଅଫିସର ମଧ୍ୟ ନିୟୋଜିତ ହେବେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0