spot_img

ବିହାରରେ ୭୨୯ ଭୋଟରଙ୍କ ମତଦାନ ବର୍ଜନ

ବିହାର: ବିହାରରେ ବିଧାନସଭା ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ । ୨.୮୬ କୋଟରୁ ଅଧିକ ଭୋଟର ୧,୪୬୩ ପ୍ରାର୍ଥୀଙ୍କ ଭାଗ୍ୟଫଳ ନିର୍ଦ୍ଧାରଣ କରିବେ ବୋଲି ସୂଚନା ରହିଥିବା ବେଳେ ଏବେ ୭୨୯ ଭୋଟର ମତଦାନ କରିବେ ନାହିଁ ବୋଲି ମନା କରିଦେଇଛନ୍ତି । ବିହାରର ବରୁରାଜ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଏକ ଗ୍ରାମର ବାସିନ୍ଦା ମତଦାନକୁ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କାରଣ ସେମାନଙ୍କ ଅଞ୍ଚଳରେ କୌଣସି ବିକାଶ ମୂଳକ କାମ ହୋଇନଥିବା କହି ପ୍ରାୟ ୭୨୯ ଭୋଟର ମତଦାନ କରିବାକୁ ମନା କରିଦେଇଛନ୍ତି । ଫଳରେ ବୁଥ ନମ୍ବର ୧୭୮ରେ କୌଣସି ମତଦାତା ମତଦାନ କରି ନାହାଁନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular