spot_img

ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଅଭିଯୋଗ

କଟକ : ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଅଭିଯୋଗରେ ଚୋରକୁ ଧରି ପୋଲିସ ଜିମାଦେଲେ ଗ୍ରାମବାସୀ  । ଦୀର୍ଘ ଦିନ ହେଲା ଗାଁରେ ହୋଇଥିବା ଲୁଟ୍‌ ମାମଲାରେ ସଂପୃକ୍ତି ଥିବାର ଅଭିଯୋଗ ଆସିଛି । କଟକ ଜିଲ୍ଲା ମାହାଙ୍ଗ ଅଞ୍ଚଳରେ ଘଟଣା ।

ଖବର ଅନୁଯାୟୀ, ମାହାଙ୍ଗା ଅଞ୍ଚଳର ବିଭିନ୍ନ ସ୍ଥାନରୁ ନିୟମିତ ଭାବେ ଲୁଟେରା ମାନେ ରାତିରେ ବିପିଏଲ ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଖୋଲି ସେଥିରୁ କପର ତାର, ତେଲ ଓ ଅନ୍ୟାନ୍ୟ ମୂଲ୍ୟବାନ ଯନ୍ତ୍ରାଂଶ ଚୋରିକରି ନେଇଯାଉଥିଲା । ଗତ କାଲି ବିଳମ୍ବିତ ରାତିରେ ମାହାଙ୍ଗା ଥାନା ପଛପଟ ମାହାଙ୍ଗା ହାଟ ଛକ ନିକଟରୁ ଲୁଟେରା ମାନେ  ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି   କରୁଥିବା ସମୟରେ ଗ୍ରାମବାସୀ ମାନେ ଆସିଯାଇଥିଲେ । ଯାହାଫଳରେ ଲୁଟ୍‌ କରୁଥିବା ଜଣକୁ କାବୁ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଛନ୍ତି ।

ତେବେ ଧରାପଡିଥିବା ଲୁଟେରା ନିକଟରୁ ଟ୍ରାନ୍ସଫର୍ମର ଅନ୍ୟାନ୍ୟ ସାମଗ୍ରୀ,  ଏକ ବାଇକ ଜବତ କରାଯାଇଛି । ସମସ୍ତ ଚୋରୀ ସାମଗ୍ରୀ ସହିତ ଲୁଟେରାକୁ ମାହାଙ୍ଗା ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ତେବେ ଧରାପଡିଥିବା ଯୁବକର ଘର  ସାଲେପୁର ଥାନା ମିର୍ଜାପୁର ଗାଁର ଅନିଲ ରାଉତ ବୋଲି ସେ କହୁଥିବା ବେଳେ ପୋଲିସ ତାକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।   ଏହି ଲୁଟ ମାମଲାରେ ପାଞ୍ଚ ଜଣରୁ ଅଧିକ ଲୁଟେରା ସାମିଲ ଥିବା ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular