spot_img

ପ୍ଲେ ଅଫ୍ ର ଦ୍ବିତୀୟ ସ୍ଥାନ ରେ ଦିଲ୍ଲୀ କ୍ୟାପିଟାଲ୍ସ

 

ଆବୁଧାବି : ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍ରେ ହରାଇଲା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍କୁ । ଟେବୁଲ୍ ଦ୍ବିତୀୟ ସ୍ଥାନକୁ ପକ୍କା କରି ମୁମ୍ବାଇ ଇଣ୍ଡିଆନ୍ସ ସହ ନଭେମ୍ବର ୫ ତାରିଖରେ କ୍ବାଲିଫାୟର୍-୧ ଖେଳିବାକୁ ମଧ୍ୟ ଦିନ ଧାର୍ୟ୍ୟ କରି ନେଇଛି। ନିଜ ନେଟ୍ ରନ୍ ରେଟ୍କୁ କେକେଆର୍ ତଳକୁ ଖସିବାକୁ ନ ଦେଇ ଆର୍ସିବି ମଧ୍ୟ ନିଜ ପ୍ଲେ ଅଫ୍ ସୁଯୋଗକୁ ନିଶ୍ଚିତ କରିଛି। ଅର୍ଥାତ୍ ସୋମବାର ମ୍ୟାଚ୍ରେ ବିଜୟୀ ହୋଇ ଦିଲ୍ଲୀ ଏବଂ ପରାଜୟ ହେବା ସତ୍ତ୍ବେ ବାଙ୍ଗାଲୋର୍ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ଚତୁର୍ଥ ଦଳ ଭାବେ କିଏ ଯିବ, ତାହା ଏବେ ମଙ୍ଗଳବାର ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନ୍ରାଇଜର୍ସ ହାଇଦ୍ରାବାଦ ମୁକାବିଲାରୁ ସ୍ପଷ୍ଟ ହେବ। ବହୁ ପୂର୍ବରୁ ଉନ୍ନତ ନେଟ୍ ରନ୍ ରେଟ୍ ରଖିଥିବାରୁ ହାଇଦ୍ରାବାଦକୁ ସିଧାସଳଖ ବିଜୟ ହିଁ ପ୍ଲେ ଅଫ୍ ନେବାର ଏକମାତ୍ର ବିକଳ୍ପ ରଖିଛି। ହାଇଦ୍ରାବାଦ ହାରିଲେ ଏବେ ଚତୁର୍ଥ ସ୍ଥାନରେ ଥିବା କୋଲକାତା ଯୋଗ୍ୟତା ଅର୍ଜନ କରିନେବ। ବାଙ୍ଗାଲୋର୍ ସହିତ ଏଲିମିନେଟର୍ ଖେଳିବା ଦୌଡ଼ରେ ଏବେ କୋଲକାତା କିମ୍ବା ହାଇଦ୍ରାବାଦ ରହିଲେ। ହାଇଦ୍ରାବାଦ ଭାଗ୍ୟ କିନ୍ତୁ ନିଜ ହାତରେ ରହିଛି।
ସୋମବାର ଯୁବ ତାରକା ଖଚିତ ଦିଲ୍ଲୀ କ୍ୟାପିଟାଲ୍ସ ବିରାଟ କୋହଲିଙ୍କ ଦଳ ସମ୍ମୁଖରେ ୧୫୩ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ଏଥି ସହିତ ପ୍ଲେ ଅଫ୍ ପାଇଁ ଦିଲ୍ଲୀକୁ କେବଳ ବିଜୟ କିମ୍ବା ଅନ୍ୟୁନ ୧୩୪ ରନ୍ କରି ପରାଜୟ ବରଣର ସୁଯୋଗ ଦିଆଯାଇଥିଲା। ବିରାଟ କୋହଲିଙ୍କ ଦଳକୁ ବି ଯୋଗ୍ୟତା ଅର୍ଜନ ଲାଗି ଦିଲ୍ଲୀକୁ ୧୭.୩ ଓଭର ପୂର୍ବରୁ ବାଟ ନ ଛାଡ଼ିବାର ଆବଶ୍ୟକତା ଥିଲା। ଯାହା ଆର୍ସିବି କରିବାରେ ସକ୍ଷମ ହୋଇଥିଲା। ଦ୍ବିତୀୟ ସ୍ଥାନରେ ରହିବାର ସୌଭାଗ୍ୟ କିନ୍ତୁ ଦିଲ୍ଲୀ ହାତେଇ ନେଇଥିଲା। ଫର୍ମକୁ ନେଇ ସଂଘର୍ଷରତ ଅଜିଙ୍କ୍ୟ ରାହାଣେଙ୍କ ଚମତ୍କାର ପ୍ରତ୍ୟାବର୍ତନ (୬୦, ୪୬ ବଲ୍) ଏବଂ ଲୟରେ ଥିବା ଶିଖର ଧାୱନ (୫୪, ୪୧ ବଲ୍)ଙ୍କ ସମୟୋପଯୋଗୀ ଅର୍ଧଶତକ ଦିଲ୍ଲୀକୁ ଦ୍ବିତୀୟ ସ୍ଥାନରେ ପହଞ୍ଚାଇବାର ସୌଭାଗ୍ୟ ଦେଇଥିଲା। ଗୋଟିଏ ଓଭର ପୂର୍ବରୁ ଦିଲ୍ଲୀ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଚମତ୍କାର ବୋଲିଂ କରିଥିବା ଅନରିକ୍ ନର୍ଖିୟା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ ଲାଗି ନେଟ୍ ରନ୍ ରେଟ୍ ଦ୍ବନ୍ଦ୍ବଠୁ ଦୂରେଇ ରହିବା ପାଇଁ ସୋମବାର ଲଢ଼େଇରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଥିଲେ ଉଭୟ ଦଳ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିଥିଲା ପରେ ଚମତକ୍ରାର ବ୍ୟାଟିଂ କରି ମ୍ୟାଚ୍ ରେ ବିଯୟ ଲାଭ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular