spot_img

ଆସନ୍ତାବର୍ଷ ବି ହୋଇପାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ : ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନୁଷ୍ଠିତ ହେବ ନାଗାର୍ଜୁନ ବେଶ । ଆସନ୍ତା ୨୭ ତାରିଖରେ ଏହି ବେଶ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ କରୋନା କଟକଣା ପାଇଁ ଏଯାଏଁ ଖୋଲିନି ଶ୍ରୀମନ୍ଦିର । ତେଣୁ ଆଗକୁ ପ୍ରଭୁଙ୍କର ଏ ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । କିନ୍ତୁ କାଳିଆ କରୁଣା ଅପାର । ସେ ତା ଭକ୍ତଙ୍କୁ ସେଇ ବେଶରେ ଦର୍ଶନ ଦେବାକୁ ସତେ ଯେମିତି ଯୋଜନା କରିଛି । ବୋଧହୁଏ ସେଥିପାଇଁ ଚଳିତ ବର୍ଷ ପରି ଆସନ୍ତାବର୍ଷ ମଧ୍ୟ ଅନୁଷ୍ଠିତ ହୋଇପାରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ । ୨୦୨୧ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡୁଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇପାରିବେ ଭକ୍ତ । ହେଲେ ଏହି ବେଶ ଆସନ୍ତାବର୍ଷ କେଉଁ ଦିନ ହେବ, ତାହା ନୂଆ ପାଞ୍ଜି ଆସିବା ପରେ ସ୍ପଷ୍ଟ ହେବ । ଚଳିତ ବର୍ଷ ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କର ଏ ଦୁର୍ଲଭ ବେଶ ଅନୁଷ୍ଠିତ ହେବ । ୧୯୯୩ ଏବଂ ୧୯୯୪ରେ ଲଗାତର ଭାବେ ମହାପ୍ରଭୁ ଦୁଇଥର ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ । ସେହିଭଳି ଯୋଗ ପୁଣି ଥରେ ଆସିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ବୁ୍ୟରୋ ରିପୋର୍ଟ ନ୍ୟୁଜ ୬ ଓଡିଆ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular