ଭୁବନେଶ୍ବର: ରାଜଧାନୀରେ ପୁଣି ଗଞ୍ଜେଇ ବେପାର । ଦାମିକାରରୁ ଜବତ ହେଲା ଏକ ଲକ୍ଷ ଟଙ୍କାର ଗଞ୍ଜେଇ । ପୋଲିସ ହାତରେ ଧରାନପଡ଼ିବା ପାଇଁ ଦାମିକାରରେ ଗଞ୍ଜେଇ ଚାଲାଣ କରୁଥିଲେ ଦୁବୃତ୍ତ । ଏନେଇ ଦୁଇଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ପାଖାପାଖି ୧୪ କେଜିର ଗଞ୍ଜେଇ ଜବତ କରିଛି ପୋଲିସ । ସୂଚନାମୁତାବକ ଏହି ଗଞ୍ଜେଇ କନ୍ଧମାଳାରୁ ଭୁବନେଶ୍ୱରକୁ ଚାଲାଣ ହେଉଥିବା ଜଣାପଡ଼ିଛି । ଗିରଫ ହୋଇଥିବା ଦୁଇ ଜଣ କନ୍ଧମାଳର ସତୀଶ ପ୍ରଧାନ ଏବଂ ଭୁବନେଶ୍ୱରର ସୁଶାନ୍ତ ସାହୁ । କେହି ଯେପରି ସନେ୍ଦହ କରିବେନାହିଁ, ସେଥି ପାଇଁ ଅଭିଯୁକ୍ତମାନେ ଦାମି ଗାଡ଼ି ବ୍ୟବହାର କରୁଥିଲେ । ଅଭିଯୁକ୍ତମାନେ ପୂର୍ବରୁ ଜେଲ ଯାଇଥିବା ବେଳେ ସେମାନଙ୍କ ନାଁରେ ଏକାଧିକ ମାମଲା ରହିଥିବାର ଜଣାପଡ଼ିଛି ।
ଦାମିକାରରେ ଗଞ୍ଜେଇ ଚାଲାଣ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0