ବେଙ୍ଗାଲୁରୁ: ବଲିଉଡ୍ ଅଭିନେତା ଫରାଜ ଖାନଙ୍କ ପରଲୋକ ହୋଇଯାଇଛି। ସେ ଅକ୍ଟୋବର ୮ ତାରିଖରୁ ବେଙ୍ଗାଲୁରୁର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ। ଅଭିନେତ୍ରୀ ପୂଜା ଭଟ୍ଟ ଟ୍ୱିଟ୍ କରି ଫରାଜଙ୍କ ପରଲୋକ ସଂପର୍କରେ ସ୍ପଷ୍ଟ କରିଛନ୍ତି। ୪୬ ବର୍ଷରେ ଫରାଜ୍ଙ୍କ ମୃତ୍ୟୁର ଖବରରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଥରେ ଶୋକର ଲହରୀ ଖେଳିଯାଇଛି।

ପୂଜା ଭଟ୍ଟ ଟ୍ୱିଟ୍ କରି ଲେଖିଛନ୍ତି, “ମୁଁ ଆପଣଙ୍କୁ ବଡ଼ ଦୁଃଖର ସହ ଏହି ଖବର ଜଣାଉଛି ଯେ ଫାରାଜ ଖାନ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଆଶା କରୁଛି ସେ ବର୍ତ୍ତମାନ ଏକ ଭଲ ଦୁନିଆରେ ଅଛନ୍ତି। ଆପଣ ସମସ୍ତଙ୍କୁ ଫାରାଜଙ୍କୁ ଦେଇଥିବା ସମସ୍ତ ସାହାଯ୍ୟ ପାଇଁ ଧନ୍ୟବାଦ। ପ୍ରାର୍ଥନାରେ ଫାରାଜଙ୍କ ପରିବାରକୁ ମନେରଖନ୍ତୁ। ଫାରାଜଙ୍କ ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ।’

ବିଗତ ଦିନରେ ଫରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସମୟରେ ପୂଜା ଭଟ୍ଟ ତାଙ୍କୁ ଆର୍ଥିକ ସହାୟତା ପାଇଁ ଅପିଲ୍ କରିଥିଲେ। ଅଭିନେତା ସଲ୍ମାନ୍ ଖାନ ମଧ୍ୟ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଫାରାଜ ୧୯୯୦ ଦଶକର ସେଶ ଓ ୨୦୦୦ ଦଶକର ଆରମ୍ଭରେ କିଛି ଲୋକପ୍ରିୟ ଫିଲ୍ମରେ କାମ କରିଥିଲେ। ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ସହ ‘ମେହେନ୍ଦୀ’ ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା ମଧ୍ୟ କରାଯାଇଥିଲା। ଏହା ବ୍ୟତୀତ ସେ ‘ଫରେବ’ରେ ମଧ୍ୟ ଭଲ କାମ କରିଥିଲେ। ଫରାଜ ଫିଲ୍ମ ଅଭିନେତା ୟୁଶୁଫ ଖାନ୍ଙ୍କ ପୁଅ ଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0