ଭୁବନେଶ୍ୱର : ନଭେମ୍ବର ମାସରେ ହିଁ ରାଜ୍ୟରେ ଖୋଲିବ ସ୍କୁଲ। ୫ଟି ବର୍ଗର ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ସ୍କୁଲ ଖୋଲିବା ନେଇ ଏସ୍ଓପି ଏବେ ଡ୍ରାଫ୍ଟ ଷ୍ଟେଜରେ ଅଛି ।
ମନ୍ତ୍ରୀ କହିଛନ୍ତି, ନବମରୁ ଦ୍ୱାଦଶ ଯାଏ ସଂପୂର୍ଣ୍ଣ କ୍ଲାସ ହେବ। ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ରାଜି ନହେଲେ ଅନଲାଇନ ବ୍ୟବସ୍ଥା ହେବ। ସ୍କୁଲ ଖୋଲିବା ନେଇ SOP ପ୍ରସ୍ତୁତି ଚାଲିଥିବା ବେଳେ ଏନେଇ ଜିଲ୍ଲାପାଳ ଓ DEOଙ୍କ ସହ ଆଲୋଚନା କରାଯିବ । ମନ୍ତ୍ରୀ ଆହୁରି କହିଛନ୍ତି, ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ। କରୋନା ପାଇଁ ୩୦% ସିଲାବସ୍ ହ୍ରାସ ହୋଇଛି। ଆଉ କମିବନି। ବାକି ୭୦% ସିଲାବସ୍ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0