spot_img

ପାଖରୁ ପତିତପାବନ ଦର୍ଶନ କରିବେ ଭକ୍ତ

ପୁରୀ : ଏଣିକି ପାଖରୁ ପତିତପାବନ ଦର୍ଶନ କରିବେ ଭକ୍ତ । କାର୍ତ୍ତିକ ମାସ ସହ ହବିଷ୍ୟାଳିଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼କୁ ପ୍ରାୟ ୨୦ ଫୁଟକୁ ଘୁଞ୍ଚାଇଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଫଳରେ ସ୍ୱତନ୍ତ୍ର ବ୍ୟାରିକେଡ୍ ମାଧ୍ୟମରେ ଯାଇ ଭକ୍ତ ଏବଂ ଶ୍ରଦ୍ଧାଳୁ ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ।
ପାଖକୁ ପତିତପାବନ ଦର୍ଶନ ତେବେ ପ୍ରସ୍ଥାନ ବେଳେ କାକୁଡି ଖାଇ ଛକ କିମ୍ବା ଯେଉଁ ପଟ ଦେଇ ଯାଇଥିବେ, ସେହି ପଟ ଦେଇ ଫେରିବେ ଶ୍ରଦ୍ଧାଳୁ ।ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟଠାରୁ ବ୍ୟାରିକେଡ ଦେଇ ଏବଂ ବାଲିସାହି ପଟୁ କାକୁଡିଖାଇ ରାସ୍ତାରେ ପ୍ରବେଶ କରିପାରିବେ ଭକ୍ତ । ମନ୍ଦିର ଭିତରକୁ ପ୍ରବେଶ କରି ନ ପାରିଲେ ମଧ୍ୟ ସିଂହଦ୍ୱାର ସମ୍ମୁଖରୁ ପ୍ରଭୁଙ୍କ ଦର୍ଶନ କରିବା ନିମନ୍ତେ ଅନୁମତି ମିଳିଥିବାରୁ ଭକ୍ତମାନେ ଖୁବ୍ ଆନନ୍ଦିତ ।
ଭକ୍ତମାନେ ଆନନ୍ଦିତ

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular