ମାଲକାନଗିରି : କମ୍ୱିଂ ଅପରେଶନ୍ରେ ଗଲା ବେଳେ ମିଳିଲା ଲ୍ୟାଣ୍ଡମାଇନ୍। ଏଥିସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି। ମାଲକାନଗିରି ପୁଲିସ ଓ ବିଏସ୍ଏଫ୍ ଯବାନଙ୍କୁ ଏହି ବଡ଼ ସଫଳତା ସ୍ୱାଭିମାନ ଅଞ୍ଚଳରେ ମିଳିଛି। ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ବଢ଼ୁଥିବା ଜିଲ୍ଲା ପୁଲିସକୁ ଖବର ମିଳିଥିଲା। ଏହା ପରେ ପୁଲିସ ଓ BSFର ମିଳିତ ଅପରେସନରେ ଯାଉଥିଲେ। ଏହି ସମୟରେ ଗୋଟିଏ ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ। ପରେ ଉକ୍ତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଥିଲା। ଏଥିସହ ମାଟିତଳୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଜବତ ସାମଗ୍ରୀ ଭିତରେ 2ଟି SLR, ଗୋଟିଏ 3 ନଟ 3 ବନ୍ଧୁକ, 9ଟି ଜୀବନ୍ତ ଗୁଳି ଓ ବିପୁଳ ପରିମାଣ ନକ୍ସଲ ସାମଗ୍ରୀ ରହିଛି।
ସେପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜପୁର ଜିଲ୍ଲାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ହାର୍ଡକୋର ନକ୍ସଲଙ୍କ ମୃତ୍ୟୁ ଘଟିଛି। ଅସୁର ଥାନା ଅନ୍ତର୍ଗତ କମଲପୁର ନିକଟସ୍ଥ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ଅପରେଶନ। ଡିଆରଜି, ଏସଟିଏଫ, 229 ସିଆର୍ପିଏଫ୍ ଯବାନ ମିଳିତ ଭାବେ କମ୍ବିଂ ଅପରେଶନ୍ରେ ଯାଇଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଅତର୍କିତ ଗୁଳି ଚଳାଇଥିଲେ। ଏହାର ପାଲଟା ଆକ୍ରମଣ କରିଥିଲେ ଯବାନ। ଯାହାଫଳରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା। ଶେଷରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0