ଭୁବନେଶ୍ୱର : ଚଳିତମାସ ୨୦ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ୟ୍ୟନ୍ତ ଚାଲିବ। ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ ବୋଲି କାର୍ୟ୍ୟସୂଚୀ ପ୍ରସ୍ତୁତ ହୋଇଛି। ଚଳିତଥର ମଧ୍ୟ ଗୃହ କାର୍ୟ୍ୟ କରୋନା କଟକଣା ମଧ୍ୟରେ ପରିଚାଳିତ ହେବ ବୋଲି ସୂଚନା ମିଳିଛି।
ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଧାନସଭାର ଶୀତ ଅଧିବେଶନ ମୋଟ ୪୦ଦିନ ଚାଲିବ। ଶନିବାର ଓ ରବିବାର ମଧ୍ୟ ଗୃହ କାର୍ୟ୍ୟ ଚାଲିବ। କେବଳ ୨ଦିନ ଯଥା- ନଭେମ୍ବର ୩୦ ରାସପୂର୍ଣ୍ଣିମାଓ ଡିସେମ୍ବର ୨୫ ଏକ୍ସମାସ ଡେ’ରେ ବିଧାନସଭା ଛୁଟି ରହିବ। ଅତିରିକ୍ତ ବଜେଟ୍ ନଭେମ୍ବର ୨୦ତାରିଖରେ ଆଗତ ହେବ ଓ ନଭେମ୍ବର ୨୯ ରବିବାର ଅତିରିକ୍ତ ବଜେଟ୍ ଉପରେ ବ୍ୟୟମଞ୍ଜୁରୀ ବିଲ୍ ଗୃହର ଅନୁମୋଦନ ଲାଭ କରିବାର କାର୍ୟ୍ୟକ୍ରମ ରହିଛି।
କରୋନା କଟକଣା ଗାଇଡଲାଇନ୍ ପାଳନ କରି ଶୀତ ଅଧିବେଶନକୁ ସମ୍ପୂର୍ଣ୍ଣ ପେପରମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୋଟ ୪୦ଦିନ ଅଧିବେଶନ ବସିବାକୁ ଥିବାବେଳେ ଏଥିରେ ୪ଦିନ ବେସରକାରୀ ଦିବସ ରହିଛି।
ସୂଚନାଯୋଗ୍ୟ, କରୋନା ମହାମାରୀ ସଂକ୍ରମଣ ଯୋଗୁ ଚଳିତ କ୍ୟାଲେଣ୍ଡର ବର୍ଷରେ ବିଧାନସଭା ୬୦ଦିନ ବସି ପାରିନଥିବାରୁ ବିଧାନସଭା ପକ୍ଷରୁ ବାକି ଥିବା ୪୦ଦିନର ଅଧିବେଶନ ଡକାଯାଇଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0