spot_img

ମହାରାଷ୍ଟ୍ରରେ ଖୋଲିବ ସିନେମା ହଲ, ୫୦% ଦର୍ଶକଙ୍କୁ ଅନୁମତି

ମୁମ୍ବାଇ: ମହାରାଷ୍ଟ୍ରରେ ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର। ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଥିବା ସିନେମା ହଲ ଗୁଡ଼ିକ ଖୋଲିବ। ଏନେଇ ଆଜି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ହଲ୍ଗୁଡ଼ିକ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ସମସ୍ତ କଟକଣାକୁ ମାନିବେ ଓ ୫୦% ଦର୍ଶକଙ୍କୁ ନେଇ କାର୍ୟ୍ୟକ୍ଷମ କରିପାରିବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି
ମହାରାଷ୍ଟ୍ର ସରକାର ଆଜି କହିଛନ୍ତି, ସିନେମା ହଲ, ଥୀଏଟର ଓ ମଲ୍ଟିପ୍ଲେକ୍ସଗୁଡ଼ିକ ଆସନ୍ତାକାଲି ଠାରୁ ୫୦% ଦର୍ଶକଙ୍କୁ ନେଇ ଖୋଲିପାରିବ। ତେବେ କଣ୍ଟେନମେଣ୍ଟ ଜୋନରେ ଏହି ନିୟମ ଲାଗୁ ହେବନାହିଁ। ସେହିପରି ଏହା ମଧ୍ୟକୁ ଦର୍ଶକମାନେ କୌଣସି ପ୍ରକାରର ଖାଦ୍ୟ ସାମଗ୍ରୀ ନେଇ ଯାଇ ପାରିବେ ନାହିଁ ଏବଂ ସାମାଜିକ ଦୂରତା ଓ ସାନିଟାଇଜେସନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ଇନଡୋର ଷ୍ଟାଡିୟମ, ସୁଇମିଂ ପୋଲ ଓ ଯୋଗ ଇନଷ୍ଟିଚ୍ୟୁଟ ଗୁଡ଼ିକ ମଧ୍ୟ ଗୁରୁବାର ଠାରୁ ଖୋଲିବ।

 

hall
ମହାରାଷ୍ଟ୍ର ସରକାରଙ୍କ ପୂର୍ବରୁ କେନ୍ଦ୍ର ସରକାର ଅକ୍ଟୋବର ୧୫ ଠାରୁ ଦେଶରେ ୫୦% ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଓଡ଼ିଶା ଭଳି ଏକାଧିକ ରାଜ୍ୟ ନଭେମ୍ବର ୩୦ ଯାଏ ଏଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular