spot_img

 ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏଁ ଅଧିବେଶନ ଚାଲିବ । କୋଭିଡ କଟକଣା ଭିତରେ ଦିନକୁ ସାଢେ ୪ ଘଣ୍ଟା ବସିବ ଅଧିବେଶନ । ମାତ୍ର ପ୍ରଶ୍ନକାଳ ହେବ କି ନାହିଁ ଏନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାରଠରୁ ଇ-ବିଧାନସଭା ଲାଗି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ବିଧାନସଭାର କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ । ଶୀତ ଅଧିବେଶନ ନେଇ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ଅଧିବେଶନରେ ମୋଟ ୪୦ ଟି କାର୍ଯ୍ୟ ଦିବସ ବାକି ରହିଛି । ଶନିବାର ଓ ରବିବାର ମଧ୍ୟ ବିଧାନସଭା ଚାଲୁ ରହିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular