spot_img

ଟ୍ରକ୍ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା

ଅନୁଗୋଳ: ଅନୁଗୋଳ ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପଶି ନିକଟରେ ୧୦୨ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବେଣୁଧର ନାଏକ । ସେ ଖମାର ଥାନା ଅନ୍ତର୍ଗତ ନିମିରିବେଡା ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ କୌଣସି କାମରେ ପାଲଲହଡା ଡାକ୍ତରଖାନାରୁ ବନ୍ତଳା ଅଭିମୁଖେ ରୋଗୀ ଆଣିବାକୁ ଯାଉଥିଲା ବେଳେ ଦୁର୍ଘଟଣା ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପାଲଲହଡା ଡାକ୍ତରଖାନାକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular