spot_img

୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା

ପଶ୍ଚିମବଙ୍ଗ: ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା । ସେଠାରେ ପହଞ୍ଚି ବା ପରେ ଦଳ ପକ୍ଷରୁ କୋଲକତା ସେଣ୍ଟ୍ରାଲରୁ ଏକ ରାଲି ବାହାରିଥିଲା । ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ସେନେଇ ଦଳର ପ୍ରସ୍ତୁତି ବୈଠକରେ ଯୋଗ ଦେଇଛନ୍ତି ଅମିତ୍ ଶାହା । କୋଲକତାରେ ଆଗାମୀ ବିଧାନସଭା ନିର୍ବାଚନରେ ପାର୍ଟିର ନେତୃତ୍ୱ ନେବେ ଶ୍ରୀ ଶାହା ବୋଲି ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି । କୋଭିଡ ମହାମାରୀ ଭିତରେ ଶାହାଙ୍କର ଏହା ପ୍ରଥମ ରାଜ୍ୟଗସ୍ତ ରହିଛି । ବୁଧବାର ରାତିରେ ଶ୍ରୀ ଶାହା ପଶ୍ଚିମବଙ୍ଗ ପହଞ୍ଚିଥିଲେ । ଗୁରୁବାର ସେ ତାଙ୍କ ପ୍ରଥମ କାର୍ଯ୍ୟକ୍ରମ ବାଙ୍କୁଡାରୁ ଆରମ୍ଭ କରିଛନ୍ତି । ଏଠାରେ ଶ୍ରୀ ଶାହା ପଶ୍ଚିମବଙ୍ଗର ଦକ୍ଷିଣ ଭାଗରେ ଥିବା ୭୦ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଦଳର ନେତାଙ୍କ ସହ ଆଲୋଚନା କରିବେ । ଏହା ସହ ବାଙ୍କୁଡା ଜିଲ୍ଲାର ଚର୍ତୁଘୀ ଗ୍ରାମରେ ଏକ ଦଳିତ ପରିବାର ସହ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular