ଭୁବନେଶ୍ୱର : ଓଡିଶା ଜଙ୍ଗଲରେ ଏକ ବିରଳ ବାଘ ଦେଖିବାକୁ ମିଳିଛି। ବାଘ ଶରୀରରେ କଳା କଳା ପଟା ରହିଛି। ବୈଜ୍ଞାନିକଙ୍କ କହିବାନୁଯାୟୀ, ଦୁନିଆର କଳା ବାଘ ଜନସଂଖ୍ୟାର ୭୦ ପ୍ରତିଶତ କଳା ବାଘ କେବଳ ଓଡିଶାରେ ହିଁ ଅଛନ୍ତି। ୨୦୦୭ ମସିହାରେ ପ୍ରଥମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଏହି ବାଘ ଦେଖିବାକୁ ମିଳିଥିଲା।
ଓଡିଶାରେ ଦେଖା ଦେଉଥିବା ଏହି କଳା ବାଘର ନାଁ ମେଲେନିଷ୍ଟିକ ଟାଇଗର (Melanistic Tiger)। ବାଘ ଶରୀରରେ ଥିବା ଏହି କଳା ପଟା ବଂଶଗତ ତ୍ରୁଟି। ବନ୍ୟାଜନ୍ତୁ ବିଶେଷଜ୍ଞ ଓ ଭାରତ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ)ର ବୈଜ୍ଞାନିକ ବିବଶ ପାଣ୍ଡଵ ପୂର୍ବରୁ ମଧ୍ୟ ଦାବି କରିଥିଲେ ଯେ କଳା ପଟା ବାଘ ଦୁର୍ଲଭ। କେବଳ ଓଡିଶାରେ ହିଁ ୭-୮ ବାଘ ଅଛନ୍ତି। ଏମାନେ ବଂଶଗତ କାରଣରୁ ଦୁର୍ଲଭ।
୨୦୧୮ ଟାଇଗର ସେନ୍ସସ ରିପୋର୍ଟ ଅନୁସାରେ କଳା ପଟା ଥିବା ବାଘଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଡାକ୍ତର ବିବଶ କହିଛନ୍ତି ଯେ, ଇଣ୍ଟରବ୍ରିଡିଙ୍ଗ ଯୋଗୁଁ ଏହି ବାଘଙ୍କ ଶରୀରରେ କଳା ପଟା ଥାଏ। ଏହି ବାଘଙ୍କ ଆକାର ସାଧାରଣ ବାଘ ଠାରୁ ସାନ। ଭାରତରେ ୧୯୯୦ ମସିହାରେ ପ୍ରଥମେ ଏହି ବାଘ ଦେଖିବାକୁ ମିଳିଥିଲା। ଦ ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ଫଟୋ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ସୌମନ ବାଜପେୟୀ ସଉକରେ ଉଠେଇଥିଲେ। ଏହି ଫଟୋ ଓଡିଶାର ପୂର୍ବାଞ୍ଚଳର।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0