spot_img

ଅଶ୍ୱିନୀ ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜମା

ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ବ୍ୟବସ୍ଥା କଟକ ଏସ୍‌ସିବି ମେଡିକାଲଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା  ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟିତ୍‌ ହୋଇଛି।  ଏହାପରେ ପରେ  SCBରେ ୪ ପ୍ଲାଜମା ସଂଗୃହୀତ ହୋଇଛି। ସେଥିମଧ୍ୟରୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଜଣେ ଗୁରୁତର କରୋନା ରୋଗୀଙ୍କ ପ୍ଲାଜମା ଥେରାପି ଶେଷ ହୋଇଥିବା ସୂଚନା ମିଳିଛି। ଜଣେ ୪୮ ବର୍ଷୀୟ କରୋନା ଆକ୍ରାନ୍ତଙ୍କୁ B ପଜିଟିଭ୍ ପ୍ଲାଜମା ଦିଆଯାଇଛି। ଏ ସମ୍ପର୍କରେ କରୋନା ବୈଷୟିକ କମିଟି ମୁଖପାତ୍ର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।

କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ୨ ଯୁବକ ଗତକାଲି ପ୍ଲାଜମା ଦେବା ନିମନ୍ତେ SCB ଆସିଥିଲେ। ନିଜେ ଏହି ମହାମାରୀରୁ ମୁକୁଳି ପାରିଥିବା ବେଳେ ସେମାନଙ୍କ ଦ୍ୱାରା ଅନ୍ୟମାନେ ଉପକୃତ ହୋଇପାରିବେ ଭାବି ସେମାନେ ପ୍ଲାଜମା ଦେବାକୁ ଆସିଥିବା କହିଛନ୍ତି। ଏଥିସହ କରୋନାରେ  ସୁସ୍ଥ ହୋଇଥିବା ଅନ୍ୟମାନେ ମଧ୍ୟ ଏଥିନିମନ୍ତେ ଆଗେଇ ଆସନ୍ତୁ ବୋଲି ଉଭୟ ଯୁବକ ଆହ୍ୱାନ ଦେଇଛନ୍ତି। ଏ ସମ୍ପର୍କରେ ପ୍ରଫେସର ଡ. ପଙ୍କଜ ପରିଡ଼ା କହିଛନ୍ତି, ପ୍ଲାଜମା ଥେରାପି ଦ୍ୱାରା ଗୁରୁତର କରୋନା ରୋଗୀ ବହୁ ମାତ୍ରାରେ ଉପକୃତ ହୋଇପାରିବେ। ପ୍ଲାଜମା ଦେବାକୁ ଆସୁଥିବା ବ୍ୟକ୍ତିଙ୍କ ନିକଟରୁ ୨ ଘଣ୍ଟାରେ ପ୍ଲାଜମା ସଂଗୃହିତ ହେବ। ସେମାନଙ୍କ ଓଜନ ୫୫ ରୁ ଅଧିକ ହୋଇଥିବ, ବୟସ ୨୦ରୁ ୫୦ ମଧ୍ୟରେ ହୋଇଥିବା ଆବଶ୍ୟକ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular