ପାରାଦୀପ ୧୬।୦୭: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ଘଟିଛି। ଟ୍ରକ ଉପରେ ଚଢିଗଲା ରେଳ ଓ୍ବାଗନ୍। ଅଳ୍ପକେ ବର୍ତିଲେ ଟ୍ରକ ଡ୍ରାଇଭର। ଏହି ଦୁର୍ଘଟଣା ଟି ବନ୍ଦର ଭିତରେ ଥିବା ଆଇରନ୍ ପ୍ଲଟରେ ଆଜି ସକାଳୁ ଘଟିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ସିଗନାଲ ମ୍ୟାନ ନଥାଇ ଟ୍ରେନଟି ପଛାଉ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ରାସ୍ତା ଜାମ୍ ଥିବାରୁ ଅବାଟରେ ଯାଇ ଟ୍ରକଟି ରେଳଲାଇନ ପାର ହେଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ତେବେ ଟ୍ରକ ଟିର ପଛପଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ ଟ୍ରକ ଟିକୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ୟ୍ୟ ଜାରି ରହିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0