ଦୁବାଇ : ଚଳିତ ଅଇପିଏଲ୍ର ପ୍ରଥମ କ୍ୱାଲିଫାୟର ମୁମ୍ବାଇ ବନାମ ଦିଲ୍ଲ୍ୀ ଖେଳାଯାଇ ଥିଲା ବେଳେ ଦିଲ୍ଲ୍ୀ ପ୍ରଥମେ ଟସ୍ ଜିତି ବୋଲିଂ ର ନିଷ୍ପତି ନେଇଥିଲେ । ମୁମ୍ବାଇ ତାର ସୀମିତ ୨୦ ଓଭର ରେ ୨୦୦/୫ ରନ୍ ସଂଗ୍ରହ କରିଥିଲା । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ମୁମ୍ବାଇ ବିଶାଳ ୨୦୦ ରନ କରିବାରେ ସକ୍ଷମ ହୋଇଛି । ମୁମ୍ବାଇ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ ମଧ୍ୟ ଶେଷ ଆଡକୁ ବିସ୍ଫୋରକ ଖେଳିଥିଲା । ଦଳ ପକ୍ଷରୁ ଇଶାନ କିଷାନ ୫୫, ସୂର୍ୟ୍ୟ କୁମାର ଯାଦବ ୫୧ ଡିକକିି ୪୦ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ୩୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୨୦୦ ରନ କରିଥିଲା । ଏବେ ୨୦୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଲା ଦିଲ୍ଲୀ ଏବଂ ସୀମିତ ୨୦ ଓଭର ରେ ୧୪୩/୮ସଗ୍ରହ କରି ମ୍ୟାଚ୍ ପରାଜୟ ସ୍ୱୀକାର କଲା । ଏହି ମ୍ୟାଚ ଜିତି ମୁମ୍ବାଇ ସିଧାସଳଖ ଫାଇନାଲରେ ପ୍ରବେଶ କଲା ।



Visitors Today : 1
Total Visitors : 130182
Total Views : 9891633
Visitors Online Now : 0