spot_img

କୁକୁର ହେଲେ ମେୟର! ଜାଣନ୍ତୁ କେଉଁଠି……

କେଣ୍ଟୁ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ରାଷ୍ଟ୍ରପତି ନିର୍ବାଚନ ସହ ସେଠାରେ ମେୟର ନିର୍ବାଚନ ମଧ୍ୟ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା କି କେଣ୍ଟୁକି ସହରରେ ମେୟର ଭାବେ ଏକ କୁକୁରକୁ ନିର୍ବାଚିତ କରାଯାଇଛି । ଏହି କୁକୁର ନାମ ୱିଲବର ବିଷ୍ଟ । ଏହା ଏକ ଫ୍ରେଞ୍ଚ୍ ବୁଲଡଗ୍ । ମୋଟ ୨୨ ହଜାର ୯୮୫ ଭୋଟ୍ ମଧ୍ୟରୁ ୱିଲବର ୧୩ ହଜାର ୧୪୩ଟି ଭୋଟ ପାଇ ବିଜୟୀ ହୋଇଥିବା ନେଇ ସ୍ଥାନୀୟ ରାବିଟ୍ ହାଶ ସୋସାଇଟ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱିତୀୟ ସ୍ଥାନରେ ଜ୍ୟାକ୍ ରାବିଟ୍ ଥିବାବେଳେ ତୃତୀୟ ସ୍ଥାନରେ ଗୋଲଡେନ୍ ରିଟ୍ରିଭର ପପି ରହିଥିବା ସୋସାଇଟି ପକ୍ଷରୁ କୁହାଯାଇଛି । ୧୯୯୦ ଠାରୁ ଓହିଓ ନଦୀ କୂଳରେ ବାସ କରୁଥିବା ରାବିଟ୍ ହାଶ ସମ୍ପ୍ରଦାୟର ଲୋକମାନେ ମେୟର ଭାବେ କୁକୁରକୁ ନିର୍ବାଚିତ କରିଆସୁଛନ୍ତି । ଚଳିତ ବର୍ଷ ମେୟର ଭାବେ ୱିଲବର ବିଷ୍ଟ ନିର୍ବାଚିତ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular