ବୁକିଂ, ୧୬ରୁ ଟେଷ୍ଭୁବନେଶ୍ୱର: ଦୀର୍ଘ ୮ ମାସ ପରେ ଆରମ୍ଭ ହେବାକୁ ଯାଉଛି ଲର୍ନର ଲାଇସେନ୍ସ ଟେଷ୍ଟ । ଏନେଇ ୧୨ ତାରିଖଠାରୁ ସ୍ଲଟ୍ ବୁକିଂ ହେବ । ଦିନ ୧୧ଟା ପରଠାରୁ ସ୍ଲଟ୍ ବୁକିଂ କାର୍ଯ୍ୟକ୍ରମ ଆରମ୍ଭ ହେବ । ଦୈନିକ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ । ଯେଉଁମାନେ ଲର୍ନର ଲାଇସେନ୍ସ ପାଇଁ ପୂର୍ବରୁ ଆବେଦନ କରିଛନ୍ତି କେବଳ ସେହିମାନେ ସ୍ଲଟ୍ ବୁକିଂ କରିପାରିବେ । ନୂଆ ଲର୍ନର ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହୁଁଥିବା ଚାଳକଙ୍କ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ । ଲର୍ନର ଲାଇସେନ୍ସ ଟେଷ୍ଟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ଏଲଏଲ ଟେଷ୍ଟ ପାଇଁ ଆବେଦନକାରୀଙ୍କୁ ୧୫ ମିନିଟ୍ ସମୟ ଦିଆଯିବ । ୧୦ ମିନିଟ୍ ଟେଷ୍ଟ ପାଇଁ ସମୟ ରହିବ । ୨୦ ଟି ପ୍ରଶ୍ନରୁ ଅତି କମରେ ୧୨ ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଲର୍ନର ଟେଷ୍ଟ ପାଇଁ ଆସୁଥିବା ଆବେଦନକାରୀ ଆରଟିଓ ଅଫିସରେ ୪୫ ମିନିଟରୁ ଅଧିକ ସମୟ ରହିପାରିବ ନାହିଁ । ଟେଷ୍ଟିଂ ସେଣ୍ଟରକୁ ଆସୁଥିବା ଆବେଦନକାରୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । କଣ୍ଟେନମେଣ୍ଟ ଜୋନରୁ ଆସୁଥିବା ଆବେଦନକାରୀଙ୍କୁ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ । କୋଭିଡ ଲକ୍ଷଣ ଥିବା ଆବେଦନକାରୀଙ୍କୁ ଲର୍ନର ଲାଇସେନ୍ସ ଟେଷ୍ଟ ପାଇଁ ମଧ୍ୟ ଅନୁମତି ନାହିଁ । ଏନେଇ ପରିବହନ ବାଭାଗର ଗାଇଡଲାଇନ ଜାରି ହୋଇଛି । ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତେବେ ଏ ସଂକ୍ରାନ୍ତରେ ଥାନରେ ଆରଟିଓ ପକ୍ଷରୁ ଅଭିଯୋଗ କରାଯିବା ନେଇ ଚେତାବନୀ ଦିଆଯାଇଛି ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 1