ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ୧୪୯୪କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୮୬୭ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୬୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୭୬୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବରା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୮୩ଜଣ, ବାଲେଶ୍ୱରରୁ ୧୦୨ଜଣ,ବରଗଡ଼ରୁ ୫୪, ଭଦ୍ରକ ଜିଲ୍ଲାରୁ ୧୯,ବଲାଙ୍ଗୀର ୭୯, ବୌଦ୍ଧ ୧୬, କଟକ ଜିଲ୍ଲାରୁ ୧୧୨ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୨୮ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୨୬ଜଣ, ଜଗତସିଂହପୁରରୁ ୬୦ଜଣ, ଯାଜପୁରରୁ ୩୭ଜଣ, ଝାରସୁଗୁଡ଼ାରୁ ୩୮ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୫୬ଜଣ, କେନ୍ଦୁଝରରୁ ୬୯ଜଣ, ଖୋର୍ଦ୍ଧାରୁ ୧୫୩ଜଣ, କୋରାପୁଟରୁ ୨୧ଜଣ, ମାଲକାନଗିରିରୁ ୧୮ଜଣ, ମୟୁରଭଞ୍ଜରୁ ୯୩ଜଣ, ନବରଙ୍ଗପୁରରୁ ୩୨ଜଣ, ନୟାଗଡ଼ରୁ ୩୪ଜଣ, ନୂଆପଡ଼ାରୁ ୫୫ଜଣ, ପୁରୀରୁ ୬୩ଜଣ, ରାୟଗଡ଼ାରୁ ୧୧ଜଣ, ସମ୍ବଲପୁରରୁ ୩୯ଜଣ, ସୋନପୁରରୁ ୧୨ଜଣ, ସୁନ୍ଦରଗଡ଼ରୁ ୯୬ଜଣ ରହିଛନ୍ତି ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 1