ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିର ଦୁମ୍କା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖାଯାଇଛି। ନଭେମ୍ବର ୨୭ରେ ଝାଡଖଣ୍ଡ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ଦୁମ୍କା ଟ୍ରେଜେରୀ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୭ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦଣ୍ଡର ଅବଧି ଅଧା ଶେଷ ହୋଇସାରିଥିବାରୁ, ଏହାକୁ ଆଧାର କରି ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ଏହାର ଶୁଣାଣି ଆଜି ହେବାକୁ ଥିବା ବେଳେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ଝାଡଖଣ୍ଡ ହାଇକୋର୍ଟ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ଲାଲୁ ଯାଦବଙ୍କୁ ୫ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। କିନ୍ତୁ ଏହି ୫ଟି ମାମଲା ମଧ୍ୟରୁ ୩ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0