ଉଲୁଣ୍ଡା : ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ହାତୀପାହୁଳ ଗ୍ରାମରେ ହାତୀ ଆକ୍ରମଣ କରି ଜଣକୁ ମାରି ଦେଇଛି । ସୂଚନା ଅନୁସାରେ ତାଙ୍କ ଜମିରେ ହାତୀ ଧାନ ଫସଲ ଖାଇ ଦେଉଥିବା ଜାଣି ଗ୍ରାମର ଉଗ୍ରସେନ ଭୋଇ ଘଉଡ଼ାଇକୁ ଯାଇଥିଲେ । ହେଲେ ହାତୀ ଉଗ୍ରସେନଙ୍କୁ ଟାଣି ନେଇ ଦଳି ମାରି ଦେଇଥିବା ଜଣାପଡ଼ିଛି । ବନପାଳ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବା ପରେ ଶବକୁ ଜଗି ରହିଛନ୍ତି ବନବିଭାଗ କର୍ମଚାରୀ । ଅନ୍ୟ ପଟେ ହାତୀ ଉଗ୍ରସେନଙ୍କୁ ମାରି ଦେଇଥିବା ଯୋଗୁଁ ପରିବାର ଭାଙ୍ଗି ପଡ଼ିଛନ୍ତି । ସରକାର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0