spot_img

ଅସ୍ତରଙ୍ଗରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ

ପୁରୀ: ଅସ୍ତରଙ୍ଗରେ ଚାଲିଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ । ଉପକୂଳ ସୁରକ୍ଷା ପାଇଁ ଚଳିତ ବର୍ଷ ହେଉଥିବା ସମରାଭ୍ୟାସର ନାମ ‘ସାଗର କବଚ ଓଡିଶା ୱେଷ୍ଟ ବେଙ୍ଗଲ’ ରଖାଯାଇଛି । ଓଡିଶା ପୋଲିସ, ମେରାଇନି ପୋଲିସ୍ ସହ ୫ ରୁ ଉଦ୍ଧ୍ୱର୍ ବିଭାଗକୁ ନେଇ ଚାଲିଛି ଏହି ସମରାଭ୍ୟାସ । ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଶତ୍ରୁ ମୁକାବିଲା ହେଉଛି ଏହି ସମରାଭ୍ୟାସର ମୁଖ୍ୟ ଲକ୍ଷ୍ୟ । ଚଳିତ ବର୍ଷ ଏହି ସମରାଭ୍ୟାସରେ ୧୨ ଜଣ ପୋଲିସ ଷ୍ଟାଫ, ୧ ଇନସପେକ୍ଟର, ୨ ଜଣ କନେଷ୍ଟବଳ, ୯ଜଣ ହୋମଗାର୍ଡ, ୬ଜଣ ଆଇ.ଆର.ବି ନିୟୋଜିତ ହୋଇଛନ୍ତି । ସମରାଭ୍ୟାସରେ ନିୟୋଜିତ ହୋଇଥିବା ସମସ୍ତ ସଦସ୍ୟଙ୍କୁ ୨ ଟି ଟିମରେ ବିଭକ୍ତ କରାଯାଇଛି । ଗୋଟିଏ ରେଡ ଟିମ ଓ ଅନ୍ୟଟି ବ୍ଲୁ ଟିମ । ରେଡ ଟିମ ସନ୍ତ୍ରାସବାଦୀ ଭାବେ ଉପକୂଳରେ ପ୍ରବେଶ ପାଇଁ ଚେଷ୍ଟା କରିବେ ଏବଂ ବ୍ଲୁ ଟିମ୍ ଏମାନଙ୍କୁ ଧରିବାକୁ ପ୍ରୟାସ କରିବେ । ଏହି ପରି ଭାବେ ଉପକୂଳ ସୁରକ୍ଷା ନେଇ ଚାଲିଛି ସମରାଭ୍ୟାସ । ଆଜି ସମରାଭ୍ୟାସର ଶେଷ ଦିନ । ୨୬.୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତ୍ୟେକ ବର୍ଷ ଉପକୂଳରେ ଏହି ସମରାଭ୍ୟାସ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular