ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ଅନୁଭବ-ବର୍ଷା କଳି । ଥାନାକୁ ଗଲେ ଅଭିନେତ୍ରୀ ବର୍ଷା ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି । ଥାନାକୁ ଯାଇ ଦୁଇଜଣ ପରସ୍ପର ବିରୋଧରେ ଅଭିଯୋଗ ଆଣିିଛନ୍ତି । କଟକ ପୁରୀଘାଟ ଥାନାରେ ଉଭୟେ କରିଛନ୍ତି ଲିଖିତ ଅଭିଯୋଗ । ବର୍ଷାଙ୍କୁ ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରାଯାଉଥିବା ବର୍ଷା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଅସଭ୍ୟ ଭାଷାରେ ଲେଖା ଏକ ବେନାମୀ ଚିଠି ମୋତେ ମିଳିଥିଲା । ଘରର ମହିଳା ସହାୟିକା ମୋତେ ଏହି ଚିଠି ଦେଇଥିଲେ । ଚିଠିରେ ଘର ଶୀଘ୍ର ଛାଡିବା ପାଇଁ ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବର୍ଷା । ମୋ ଜୀବନ ପ୍ରତି ବିପଦ ରହିଥିବା ବେଳେ ମୋ ପରିବାରକୁ ବି ହଇରାଣ କରାଯାଉଛି । ରହିବା ପାଇଁ ଅନ୍ୟ ବିକଳ୍ପ ନଥିବା ବେଳେ ତାଙ୍କୁ ଘର ଖାଲି କରିବାକୁ କୁହାଯାଉଥିବା ବର୍ଷା ତାଙ୍କ ବର୍ଷାଙ୍କ ଏତଲାରେ ଉଲ୍ଲେଖ । ସୁରକ୍ଷା ଦେବା ସହ ଘରକୁ ଆସି ତଦନ୍ତ କରିବାକୁ ବର୍ଷାଙ୍କ ଅନୁରୋଧ କରିଛନ୍ତି । ସେପଟେ ବର୍ଷାଙ୍କ ବିରୋଧରେ ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ ଆଣିଛନ୍ତି । କହିଛନ୍ତି ଘର ମରାମତି ଆବଶ୍ୟକ ରହିଛି । ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ । ଏହା କହିବା ସତ୍ତ୍ୱେ ବର୍ଷା ଘର ଖାଲି କରିବାକୁ ରାଜି ହେଉନାହାନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0