ଖୁବଶୀଘ୍ର ଫିଲ୍କ ଗଣପତରେ ନଜର ଆସିବେ ଆକ୍ସନ ହିରୋ ଟାଇଗର । ଏନେଇ ସେ ନିଜ ଫିଲ୍ମ ଗଣପତର ମୋସନ ପୋଷ୍ଟର ଇଣ୍ଟରନେଟରେ ସେୟାର କରିଛନ୍ତି । ସୋସିଆଲ ମିଡ଼ିଆରେ ଏହି ପୋଷ୍ଟ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ଫିଲ୍କକୁ ବିକାଶ ବହଲ ନିର୍ଦେଶନା କରିଛନ୍ତି। ଏହି ଫିଲ୍ମର ସୁଟିଂ ଆସନ୍ତା ୨୦୨୧ ମସିହାରେ ଆରମ୍ଭ କରାଯିବ ଏବଂ ୨୦୨୨ ମସିହା ଭିତରେ ରିଲିଜ୍ ହେବ।
ସୋସିଆଲ ମିଡିଆରେ ଟାଇଗର ଫିଲ୍ମର ପୋଷ୍ଟର ସେୟାର କରିବା ସହ ଲେଖିଛନ୍ତି, ‘ଏହି ଫିଲ୍ମ ମୋ ପାଇଁ ଖୁବ୍ ଖାସ୍ ଏବଂ ସେତିକି ଖାସ୍ ଆପଣମାନଙ୍କ ପାଇଁ ମଧ୍ୟ ହେବ! ଗଣପତ ଫିଲ୍ମରେ ଅଧିକ ଆକ୍ସନ ଏବଂ ରୋମାନ୍ସ ମଧ୍ୟ ଦେଖିବାକୁ ପାଇପାରିବେ। ଏହି ପୋଷ୍ଟର ସେୟାର କରିବା ସହ ଏଥିରେ ଟାଇଗରଙ୍କର ଏକ ଡାଇଲଗ୍ ମଧ୍ୟ ରହିଛି, ଯେଉଁଥିରେ ସେ କହିଥାନ୍ତି, ‘‘ଯବ୍ ଅପୁନ୍ ଡରତା ହେ ନା, ତବ୍ ଅପୁନ୍ ବହୁତ୍ ମାରତା ହେ।’’



Visitors Today : 1
Total Visitors : 130423
Total Views : 9891953
Visitors Online Now : 0